LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଚାଣକ୍ୟ ନୀତି: ପୁଋଷ ପାଇଁ ଏହି ୪ଟି କଥା ସର୍ବଦା ଗୋପନୀୟ, କାହା ସହ ବି କରନ୍ତୁନି ସେୟାର

13/07/2019 at 8:31 PM

ଆଜିର ଦିନରେ ବି ଚାଣକ୍ୟଙ୍କ ଉପଦେଶର ମହତ୍ୱ ରହିଛି। ହସଖୁସ୍ ଜୀବନ ପାଇଁ ଚାଣକ୍ୟଙ୍କ ନୀତି ସବୁ ସମୟରେ ପ୍ରଜୁଯ୍ୟ। ଏଣୁ ଅନେକ ଚାଣକ୍ୟଙ୍କ ନୀତିକୁ ଜୀବନରେ ପାଳନ ବି କରୁଛନ୍ତି। ତାଙ୍କ ନିର୍ଦ୍ଦେଶିତ ମାର୍ଗରେ ଚାଲୁଥିବା ଲୋକେ ସମସ୍ୟାରେ ପଡୁଥିଲେ ହେଁ ଶରଳ ସମାଧାନର ବାଟ ବାହାର କରି ସମସ୍ୟା ମୁକ୍ତ ରହିପାରୁଛନ୍ତି। ଏହି କ୍ରମରେ ଚାଣକ୍ୟଙ୍କ ନିର୍ଦ୍ଦେଶିତ ପୁଋଷଙ୍କ ଲାଗି ନିହାତି ଗୋପନୀୟ ୪ଟି  ତଥ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା।

ପୁଋଷ ପାଇଁ ପ୍ରଥମ ତଥା ସବୁଠୁ ବଡ ଗୋପନୀୟ କଥା ହେଉଛି ତାର ନିଜର ଆର୍ଥିକ ସ୍ଥିତି। ହାନି ଅଥବା ଲାଭ ନେଇ ପୁରୁଷ କେବେ କାହାର ପରାମର୍ଶ ନେବା ଉଚିତ ନୁହେଁ। କାରଣ ଆପଣଙ୍କ ହାନୀର କେହି ଭରଣା କରିପାରିବେ ନାହିଁ। ଏଣୁ କାହା ସହ ଏ ନେଇ ଆଲୋଚନା କଲେ ନିଜର ଦୁର୍ବଳତା ପଦାରେ ପକାଇବା ସହ ସମାନ।   ସେହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ସମସ୍ୟା ଅନ୍ୟ ଆଗରେ ବଖାଣିବାକୁ ଭଲ ପାଆନ୍ତି। ହେଲେ ମନେ ରଖନ୍ତୁ ଆପଣଙ୍କ ସମସ୍ୟା ସବୁ ବେଳେ ଆପଣଙ୍କର।  ଆପଣଙ୍କ ସମସ୍ୟାର କେହିବି ସମାଧାନ କରିପାରିବେନି କି ଆପଣଙ୍କ କଥାକୁ ଠିକରେ ଶୁଣିବେ ବି ନାହିଁ। ଯଦି ବି ଶୁଣିବେ ଆପଣଙ୍କ ପଛରେ ଆପଣଙ୍କୁ ନେଇ ଥଟ୍ଟା ପରିହାସ କରିବେ।

ନିଜ ପତ୍ନୀଙ୍କ ସମ୍ପର୍କିତ ଅଭିଯୋଗ କାହା ଆଗରେ କରନ୍ତୁନି। ପତ୍ନୀ କେବଳ ଆପଣଙ୍କର ନୁହଁନ୍ତି ଆପଣଙ୍କ ପରିବାରର ମାନ ଓ ଇଜ୍ଜତ ମଧ୍ୟ। ପାରିବାରିକ ଚଳଣିରେ ମାନମନାନ୍ତର ତ ରହିବ। ତେବେ ଏ ନେଇ କେବେ କାହା ଆଗରେ ଅଭିଯୋଗ କରନ୍ତୁନାହିଁ। ନଚେତ ଘରର କଥା ପଦାରେ ପଡି ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିବ। ସେହିପରି କେହି ନିଜର ଅପମାନ ସମ୍ପର୍କରେ ମଧ୍ୟ କାହାରିକୁ କହିବା କଥା ନୁହେଁ।  ଯଦି କାହା ଦ୍ୱାରା କେଉଁଠି ଆପଣ ଅପମାନିତ ହୋଇଥାନ୍ତି  ତେବେ ଏହି ଅପମାନକୁ ନିଜ ଭିତରେ ହିଁ ରଖନ୍ତୁ। ନଚେତ ଆପଣଙ୍କ ଦୁର୍ବଳତା ପଦାରେ ପଡିବ। ଏଣୁ ଏଥିପ୍ରତି ପ୍ରତ୍ୟେକ ପୁଋଷ ଯତ୍ନବାନ ହେବା ଆବଶ୍ୟକ, ନଚେତ ସଭ୍ୟ ସମାଜରେ ଗଣ୍ୟ ହେବେ ନାହିଁ।

   Related Posts