ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ମୃତ
7/06/2019 at 10:50 AM

ଶ୍ରୀନଗର ୭|୬: ପୁଲୱାମାରେ ସୁରକ୍ଷାବାହିନୀକୁ ବଡ ସଫଳତା ମିଳିଛି । ଲସିପୋରା ଇଲାକାରେ ଅପରେସନରେ ୪ ଆତଙ୍କୀ ସଫା ହୋଇଛନ୍ତି । ଆହୁରି କିଛି ଆତଙ୍କୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଆତଙ୍କୀ ଲୁଚିଥିବା ସୂଚନା ଆଧାରରେ ଗତକାଲି ସେନାର ୪୪ରାଷ୍ଟ୍ରୀୟ ରାଇଫଲସ୍, ଜମ୍ମୁ-କାଶ୍ମୀର ପୋଲିସର ସ୍ପେସାଲ ଅପରେସନ ଗ୍ରୁପ ଏବଂ ସିଆରପିଏଫ୍ ମିଳିତ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ପଞ୍ଜାରଣ ଅଞ୍ଚଳରେ ଲୁଚିଥିବା ଆତଙ୍କୀ, ସେନା ଉପରକୁ ଗୁଳି ମାଡ କରିଥିଲା । ଏହାର ଜବାବ ଦେଇ ସାରା ଇଲାକାକୁ ସେନା ଘେରାଉ କରିବା ସହ ଗୁଳି ଚଳାଇଥିଲା । ଏଥିରେ ୪ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।
Related Posts
ନେପାଳରେ ରଦ୍ଦ ହେଲା ତିନି ତଲାକ, ଅଦାଲତରେ କମ୍ପିଲା ଭାରତୀୟ ସୁପ୍ରିମକୋର୍ଟଙ୍କ ରାୟ
27 September 2023