ବିଶ୍ୱକପ୍ ୨୦୨୩ : ସେମିଫାଇନାଲ୍ରେ ଟପ୍ 4 ଟିମ୍, ଜାଣନ୍ତୁ କାହା ସହିତ କେବେ ଅଛି ମୁକାବିଲା ?
12/11/2023 at 9:03 AM

ମୁମ୍ବାଇ ୧୨।୧୧ : ବିଶ୍ୱକପ୍ ୨୦୨୩ । ଶେଷ ପର୍ଯ୍ୟାୟରେ ଲିଗ୍ ମ୍ୟାଚ୍ । ରବିବାର ଦିନ ପୁଣେରେ ଖେଳାଯିବ ଦିନିକିଆ ବିଶ୍ୱକପ୍ ୨୦୨୩ର ଶେଷ ମ୍ୟାଚ୍ । ଆଉ ସେମିପଫାଇନାଲ୍ ପାଇଁ ୪ଟି ଦଳ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ସେମିରେ ଏଣ୍ଟ୍ରି କରିସାରିଛନ୍ତି । ବିଶ୍ୱକପ୍ ୨୦୨୩ରେ ସମସ୍ତ ଟିମ୍ ଲିଗ୍ ପର୍ଯ୍ୟାୟରେ ୯ଟି ଲେଖାଏଁ ମୁକାବିଲା ଖେଳିବେ ।
The last four teams 🙌
— ICC (@ICC) November 12, 2023
Who's your pick to lift the #CWC23 trophy? 🏆 pic.twitter.com/VNe14gb64o
ତେବେ ଆସନ୍ତୁ ଜାଣିବା କେଉଁ ଦଳ ପାଇଛି କେତେ ପଏଣ୍ଟ ଆଉ କାହା ସହିତ ହେବ ମୁକାବିଲା…
ପଏଣ୍ଟ ଟେବୁଲ୍ରେ ଟପ୍ରେ ରହିଛି ଭାରତୀୟ ଟିମ୍ । ଆଉ ୨ୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଥିବା ବେଳେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନ, ୪ର୍ଥ ସ୍ଥାନରେ ନ୍ୟୁଜିଲାଣ୍ଡ ରହିଛି । ତେବେ ଟପ୍ରେ ଥିବା ଭାରତୀୟ ଟିମ୍ ବର୍ତ୍ତମାନ ସୁଦ୍ଧା ୮ଟି ମୁକାବିଲା ଖେଳିସାରିଛି ।ଯେଉଁଥିରୁ ସମସ୍ତ ୮ଟି ଯାକ ମୁକାବିଲାରେ ବିଜୟୀ ହୋଇଛି ।ଚଳିତ ବିଶ୍ୱକପ୍ରେ ଭାରତୀୟ ଗୋଟିଏ ହିଁ ଯିଏକି ଏବେ ଯାଏଁ ମ୍ୟାଚ୍ ହାରିନାହିଁ ।
ସେହିପରି ଦକ୍ଷିଣ ଆଫ୍ରିକା ଏବେ ସୁଦ୍ଧା ୯ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୭ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୨ଟି ମ୍ୟାଚ୍ରେ ପରାସ୍ତ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୯ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ତୃତୀୟ ସ୍ଥାନରେ ରହିଛି । ଆଉ ଶେଷ ଦଳ ଭାବେ ସେମିରେ ଏଣ୍ଟ୍ରି କରିଛି ନ୍ୟୁଜିଲାଣ୍ଡ । ବର୍ତ୍ତମାନ ସୁଦ୍ଧା ଟିମ୍ ୯ଟି ମୁକାବିଲା ଖେଳିସାରିଛି । ୫ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ଆଉ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲ୍ରେ ୪ର୍ଥ ସ୍ଥାନରେ ରହିଛି ।
ସେମିଫାଇନାଲ୍ ମୁକାବିଲା :-
ନଭେମ୍ବର ୧୫ : ଭାରତ-ନ୍ୟୁଜିଲାଣ୍ଡ ( ପ୍ରଥମ ସେମିଫାଇନାଲ) : ସମୟ- ଅପରାହ୍ନ ୨ଟା , ସ୍ଥାନ- ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍
ନଭେମ୍ବର ୧୬ : ଦକ୍ଷିଣ ଆଫ୍ରିକା- ଅଷ୍ଟ୍ରେଲିଆ ( ଦ୍ୱିତୀୟ ସେମିଫାଇନାଲ) : ସମୟ-ଅପରାହ୍ନ ୨ଟା, ସ୍ଥାନ-ଇଡେନ ଗାର୍ଡେନ, କୋଲକାତା