ONGC ହେଲିକପ୍ଟରର ଜରୁରୀ ଅବତରଣରେ ୪ ମୃତ୍ୟୁ, ୫ ଜଣଙ୍କ ଚାଲିଛି ଚିକିତ୍ସା

Published By : Prameya-News7 Bureau | June 28, 2022 IST

ମୁମ୍ୱାଇ: ଆରବ ସାଗରରେ ଓଏନଜିସିର ଏକ ପବନ ହଂସ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଛି । ଏହି ହେଲିକପ୍ଟରରେ ୭ ଯାତ୍ରୀ ଏବଂ ୨ ଜଣ ପାଇଲଟ ଥିଲେ । ତେବେ ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ ପାଞ୍ଚ ଜଣଙ୍କ ଚିକିତ୍ସା ଚାଲିଛି । ଓଏନଜିସି ପକ୍ଷରୁ ଏହି ସୂଚନା ଦିଆଯାଇଛି।

wp:html /wp:html

ଏହା ପୂର୍ବରୁ ଓଏନଜିସି ପକ୍ଷରୁ ଦୁର୍ଘଟଣା ବାବଦରେ ସୂଚନା ଦିଆଯାଇ କହୁଯାଇଥିଲା ଯେ, ମୁମ୍ୱାଇ ହାଇରେ ଓଏନଜିସିର ରିଗ୍ ସାଗର କିରଣ ନିକଟରେ ଏକ ହେଲିକପ୍ଟରର ଜରୁରୀ ଅବତରଣ କରାଯାଇଛି। ଓଏନଜିସି ଅନୁସାରେ ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ଓଏନଜିସି ସମନ୍ୱୟ ସ୍ଥାପନ କରିଥିଲା। ଓଏସବି ମାଳବୀୟ ୧୬କୁ ଏନଆରସିସି ମୁମ୍ୱାଇକୁ ଉଦ୍ଧାର ଅଭିଯାନରେ ସାମିଲ ହେବା ପାଇଁ ପଠାଯାଇଥିଲା।

ମୁମ୍ୱାଇ ଠାରୁ ୫୦ ନଟିକଲ ମାଇଲ ଦୂରରେ ଥିବା ଏକ ରିଗରେ ଅବତରଣ ପାଇଁ ପ୍ରସାୟ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଲ୍ୟାଣ୍ଡିଂ ଜୋନଠାରୁ ୧.୫ କିଲୋମିଟର ଦୂରରେ ଥିବା ସମୟରେ ହେଲିକପ୍ଟରଟି ସମୁଦ୍ରରେ ପଡିଯାଇଥିବା କମ୍ପାନିର ଅଧିକାରୀ ସୂଚନା ଦେଇଛନ୍ତି । ଲୋକଙ୍କ ଉଦ୍ଧାର ଅଭିଯାନରେ ତଟରକ୍ଷୀ ବାହିନୀ ପକ୍ଷରୁ ଜୀବନ ରକ୍ଷାକାରୀ ରାଫ୍ଟ ପକାଯାଇଥିଲା। ଏହା ଏମଆରସିସି ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନ୍ତରାଷ୍ଟ୍ରୀୟ ସୁରକ୍ଷା ଜାଲ। କେବେ ଏହି ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.