ବୌଦ୍ଧ ୩୦।୦୭ : ଅନୁଗୋଳ ଆଠମଲ୍ଲିକ ସୁବର୍ଣ୍ଣପୁର ଗାଁ ସଞ୍ଜୀବ ବିଶ୍ଵାଳ ହତ୍ୟା ଘଟଣା ପୋଲିସର ତନାଘନା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ଓ ତାଙ୍କର ୩ ପୁଅ ଦିବ୍ୟରଞ୍ଜନ ବାଘ, ଜ୍ୟୋତିରଞ୍ଜନ ବାଘ, ସୌମ୍ୟରଞ୍ଜନ ବାଘଙ୍କୁ ପୋଲସ ଅଟକ ରଖି ପଚରାଉଚରା କରିଥିଲା। ଏହା ପରେ ସମସ୍ତ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ୨ ଜଣ ଆଡିସନାଲ୍ ଏସ୍ ପି ଘଟଣାର ତଦନ୍ତ କରୁଛନ୍ତି।
ସେପଟେ ମଙ୍ଗଳା କୋଠୀରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୃତଦେହର ଦୁଇଟି ଆଖି ଓ ପେଟର କିଛି ଅଂଶ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହା ନରବଳି ନା ଆଉ କିଛି ସେନେଇ ସନ୍ଦେହ ଘନୀଭୂତ ହୋଇଛି। ଶନିବାର ରାତିରେ ପୋଲିସ ମୃତଦେହ ନେଇ ଆସିଥିଲା ଏବଂ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ତେବେ ପରିବାର ଲୋକେ ସଞ୍ଜୀବର ଦୁଇଟି ଆଖି ନ ଥିବା ବେଳେ କିଡନୀ ଗାଏବ ହୋଇଯାଇଥିବା ଅଭିଯୋଗ କରିଛନ୍ତି।
ସେହିପରି ଅନୁଗୋଳ ଏସ୍ପି କହିଛନ୍ତି ଯେ, କିଛି ଲୋକଙ୍କୁ ତଦନ୍ତ ପରିସରକୁ ନିଆଯିବ । ଖବରରେ କେତେ ସତ୍ୟତା ରହିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ପୁରା ସ୍ପଷ୍ଟ ତଥ୍ୟ ମିଳିବ । ତେବେ ଏହି ଘଟଣା ପରେ ପୁରା ଅଞ୍ଚଳରେ ଶାନ୍ତି ପାଇଁ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।