ଗଞ୍ଜେଇ ଚୋରା ଚାଲାଣ ବେଳେ ସଫଳତା, ୪ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | April 09, 2024 IST

ମାଲକାନଗିରି ୦୯।୦୪ : ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ସଫଳତା। ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ପୋଲିସ ହାତରେ ଧରାପଡିଲେ ୪ ଗଞ୍ଜେଇ ଚାଲାଣକାରୀ । ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । 

ଖବର ଅନୁଯାୟୀ, ବାଲିମେଳା ଛକରେ ପୋଲିସ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଚାରି ଜଣ ଅଜଣା ବ୍ୟକ୍ତି ସେହି ରାସ୍ତା ଦେଇ ଯାଉଥିଲେ । ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିବା ପରେ ତାଙ୍କ ଦେହରେ ଗଞ୍ଜେଇ ଘୋଡା ହୋଇ ରହିଥିବା ଜଣାପଡିଥିଲା । ଥାନାକୁ ନେଇ ଦେହରୁ ଏହି ଗଞ୍ଜେଇ ବାହାର କରିଛି ଓର୍କେଲ ପୋଲିସ । 

ସେପଟେ ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଅମରାବତି ଜିଲ୍ଲାର ମହମ୍ମଦ ଫିଆଜାନ, ସେକ୍   ସାରିକ ଓ ବଜରଙ୍ଗ ଅଶୋକ ପଲେଲ ନାମକ ତିନି ଜଣ ରହିଥିବା ବେଳେ ଚିତ୍ରକୋଣ୍ଡା ଅଞ୍ଚଳର ସୁନାଧର ଖିଲ ନାମକ ଜଣେ ବ୍ୟକ୍ତି ରହିଛନ୍ତି । ପୋଲିସ ଏମାନଙ୍କ ନିକଟରୁ ୩୮ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ମୋବାଇଲ ଫୋନ ଓ ନଗଦ ଟଙ୍କା ମଧ୍ୟ ଜବତ କରିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.