ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଦିଲ୍ଲୀ ପାଲମ୍ ଅଞ୍ଚଳରେ ଚାଞ୍ଚଲ୍ୟ, ପରିବାରର ୪ଜଣଙ୍କୁ ହତ୍ୟା କଲା ପୁଅ, କାରଣ ଅସ୍ପଷ୍ଟ

23/11/2022 at 9:36 AM

ନୂଆଦିଲ୍ଲୀ: ଜଘନ୍ୟ, ବୀଭତ୍ସ ଓ ଦୃଦୟବିଦାରକ । ସମ୍ପର୍କରେ ଲାଗିଲା ରକ୍ତର ଛିଟା । ପରିବାର ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା । ବାପା, ଦୁଇ ଭଉଣୀ ଓ ଜେଜେ ମା’ଙ୍କୁ ଛୁରୀ ଭୁସି  ହତ୍ୟା କରିଛି ପୁଅ । ରାଜଧାନୀ ଦିଲ୍ଲୀରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି ।  

ଦିଲ୍ଲୀର ପାଲମ୍ ଅଞ୍ଚଳରେ ଏହି ଛାତିଥରା ହତ୍ୟାକାଣ୍ଡ ଘଟିଛି । ମଙ୍ଗଳବାର ରାତିରେ ଘରେ ସମସ୍ତ ସଦସ୍ୟ ଶୋଇପଡ଼ିବା ପରେ ଅଭିଯୁକ୍ତ ଭିଆଇଛି ଏହି ଜଘନ୍ୟ କାଣ୍ଡ । ମିଡିଆ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଯୁବକ ପ୍ରଥମ ଭଉଣୀକୁ ତା’ ରୁମରେ ହତ୍ୟା କରିବା ପରେ ଜେଜେ ମା’କୁ ମାରିଥିଲା । ଦୁଇ ଜଣଙ୍କ ମୃତଦେହ ରୁମ୍‌ରେ ପଡ଼ିଥିବାର ଫଟୋ ସାମ୍ନାକୁ ଆସିଛି । ସେହିପରି ଅନ୍ୟଜଣେ ଭଉଣୀ ଓ ବାପାଙ୍କୁ ହତ୍ୟା କରି ଗାଧୁଆ ଘରେ ପକାଇଥିଲା । ଖବର ମିଳିବା  ପରେ ପାଲମ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହା ସହିତ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା କରୁଛି ।

ପୋଲିସର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ରାତି ସାଢେ ୧୦ଟା ସମୟରେ ଏହି ମର୍ଡର ହୋଇଛି । କୌଣସି ଏକ କାରଣକୁ ନେଇ ଅଭିଯୁକ୍ତ ଯୁବକ ନିଜ ପରିବାର ସଦସ୍ୟଙ୍କ ଉପରେ ଅସନ୍ତୁଷ୍ଟ ଥିଲା । ଯାହାକୁ ନେଇ ଘରର ୪ଜଣଙ୍କୁ ଛୁରି ଭୁସି ହତ୍ୟା କରିଛି । ତେବେ କେଉଁ କାରଣରୁ ଯୁବକ ଜଣକ ମାର୍ଡର ପ୍ଲାନ୍ ରଚିଥିଲା ଏନେଇ କୌଣସି ସୂଚନା ମିଳିପାରି ନାହିଁ ।   

   Related Posts