ବିନା ଅନୁମତିରେ ଚାଲିଥିଲା ବାଣ ତିଆରି- ଜିଲ୍ଲାପାଳ
6/03/2023 at 2:17 PM

ଖୋର୍ଦ୍ଧା ୦୬।୦୩ : ଖୋର୍ଦ୍ଧା ଟାଙ୍ଗୀରେ ଭୟଙ୍କର ବିସ୍ଫୋରଣ ଘଟଣା । ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ପାଇଥିବା ବେଳେ ଆଉ ୪ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ପହଞ୍ଚି ଅନୁଧ୍ଯାନ କରୁଛନ୍ତି।
ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରରେ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟିଛି। ମୃତକମାନେ ହେଲେ ଭୂଷଣ୍ଡପୁର ବେହେରା ସାହିର ୪୫ ବର୍ଷୀୟ ନିରଂଜନ ବେହେରା ଓ ୨୦ ବର୍ଷୀୟ ବରଜୁ ବେହେରା ଏବଂ ବାଦୁରାବର ଗାଁର ୭୦ ବର୍ଷୀୟ ବୃନ୍ଦାବନ ସାହୁ। ଯାହା ଜଣାପଡିଛି ଗାଁ ଦୋଳରେ ଫୁଟିଥାନ୍ତା ବାଣ । ବିନା ଅନୁମତିରେ ଚାଲିଥିଲା ବାଣ ତିଆରି। ଏବଂ ସରକାରୀ ଜାଗାରେ ବାଣ ତିଆରି ଚାଲିଥିଲା। ଦୋଳ ପୂର୍ଣ୍ଣିମା ପାଇଁ ଭୂଷଣ୍ଡପୁର ଆତସବାଜୀ ପ୍ରତିଯୋଗିତା ହୋଇଥାଏ। ଏଥିପାଇଁ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିବା ଜଣାପଡିଛି।