କୁଲଗାମରେ ଏନ୍‌କାଉଣ୍ଟର କଲା ଭାରତୀୟ ସେନା: ୪ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | November 17, 2021 IST

ଶ୍ରୀନଗର ୧୭/୧୧ : ଜାମ୍ମୁ କାଶ୍ମୀରର ଭାରତୀୟ ସେନାକୁ ବଡ ଧରଣର ସଫଳତା ମିଳିଛି । କୁଲଗାମ ଜିଲ୍ଲା ପୋମବାଇ ଏବଂ ଗୋପାଲପୋରାରେ ଏନ୍‌କାଉଣ୍ଟର କରିଛି ଭାରତୀୟ ସେନା । ଏନ୍‌କାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଜାମ୍ମୁ କାଶ୍ମୀର ପୋଲିସ ଆଇଜିପି ବିଜୟ କୁମାର। ବର୍ତ୍ତମାନ କୁଲଗାମରେ ଆଉ କିଛି ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସେନା ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ଚାରିପଟୁ ସିଜ୍‌ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

wp:embed {"url":"https://twitter.com/ANI/status/1460940441990230022","type":"rich","providerNameSlug":"twitter","responsive":true}
https://twitter.com/ANI/status/1460940441990230022
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.