scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଞ୍ଚଳକି ପରିବହନ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ : ୪ ଦଲାଲ ଗିରଫ

14/11/2023 at 4:53 PM

ଖଲ୍ଲିକୋଟ ୧୪।୧୧: ଗଞ୍ଜାମ ପରିବହନ ବିଭାଗ ପକ୍ଷରୁ ଦିଆଯାଉଥିବା ଗାଡି ଚାଳନା ଲାଇସେନ୍ସ, ପଞ୍ଜିକରଣ, ରିନ୍ୟୁ, ଟିକସ ପୈଠ କରିବା ପାଇଁ ଦଲାଲ ମାନଙ୍କ ମାଧ୍ୟମରେ ଗଲେ ହିଁ ଯାଇ କାମ ହେଉଥିବାର ଅଭିଯୋଗ ହୋଇ ଆସୁଥିଲା ।  ଏନେଇ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଆଞ୍ଚଳକି ପରିବହନ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ କରି ଚାରି ଦଲାଲକୁ କାବୁ କରିବାରେ ସଫଳ ହୋଇଥିଲେ । ପରେ ଛତ୍ରପୁର ପୋଲିସ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ଏସଡ଼ିପିଓ ଗୌରହରି ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ କହିବା ସହ ଏକ ମାମଲା ରୁଜୁ ହୋଇ ଚାରି ଜଣକୁ ଛତ୍ରପୁର ପୋଲିସ ଗିରଫ କରିଛି ।

ଗିରଫ ଚାରି ଦଲାଲ ହେଲେ ପାଲିଆ ଛତ୍ରପୁରର ଜଗନ୍ନାଥ ସାହୁ, କୁମାରବେଗପଲ୍ଲୀର ରବୀନ୍ଦ୍ର କୁମାର ଗୌଡ଼, ବ୍ରହ୍ମପୁରର ପି. ଚନ୍ଦ୍ରଶେଖର ଓ ଛତ୍ରପୁର ଏମଡି ଆଲ୍ଲାଉଦ୍ଦୀନ । ସେମାନଙ୍କ ନିକଟରୁ ପୋଲିସ ୧୨ଟି ଡ଼ିଏଲ, ୭ଟି ଆରସି ଜବତ କରିବା  ସମେତ ବିଭିନ୍ନ ବ୍ୟକ୍ତିଙ୍କ ଗାଡି ଚାଳନା ଲାଇସେନ୍ସ, ପଞ୍ଜିକରଣ, ରିନ୍ୟୁ, ଟିକସ ପୈଠ, ଫିଟନେସ ସମ୍ବନ୍ଧୀୟ ବହୁ କାଗଜପତ୍ର ଜବତ କରିଛି । ଏ ସମ୍ପର୍କରେ ଛତ୍ରପୁର ପୋଲିସ ମାମଲା ସଂଖ୍ୟା ୭୬୪/୨୩ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ମିଳିଥିବା ସାମଗ୍ରୀଗୁଡିକୁ ଜବତ କରିଛି । ଏବେ ବି ଘଟଣାର ତଦନ୍ତ ଜାରି ରହିଛି ।

You Can Read :

   Related Posts