suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଧରାପଡିଲେ ୪ ଚୋର, ଗଛରେ ବାନ୍ଧି ନିସ୍ତୁକ ପିଟିବା ପରେ ପୋଲିସ ଜିମା ଦେଲେ ଗ୍ରାମବାସୀ

8/07/2019 at 7:35 PM

କେନ୍ଦ୍ରାପଡା ୮।୭:   ସଦର ଥାନା ଅନ୍ତର୍ଗତ ନିଳିକଣା ଗାଁ ଲୋକେ ସୋମବାର ୪ ଜଣ ଚୋରଙ୍କୁ ଧରି ଗଛରେ ବନ୍ଧି ନିସ୍ତୁକ ମାଡ ମାରିବା ପରେ ପୋଲିସ ଜିମା ଦେଇଛନ୍ତି। ଏହି ୪ ଜଣିଆ ଗ୍ୟାଙ୍ଗ ଗତ କିଛି ଦିନ ହେଲା ଗ୍ରାମବାସୀଙ୍କ ନିଦ ଉଡାଇ ଦେଇଥିଲେ।  ଗ୍ରାମରୁ ହେଉଥିବା ଲଗାତାର ଚୋରି ନେଇ ଲୋକେ ପୋଲିସର ଅଭିଯୋଗ କରୁଥିଲେ ମଧ୍ୟ ସେମାନଙ୍କ ଟେର ପାଉନଥିଲା ପେଲିସ୍।

ଗାଁରୁ ଚୋରି କରି ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ସୋମବାର ସକାଳେ ଗ୍ରାମବାସୀ ୨ ଜଣ ଚୋରଙ୍କୁ ମାଡି ବସିଥିଲେ। ସେମାନଙ୍କୁ ନିକଟସ୍ଥ ଏକ ବରଗଛରେ ବାନ୍ଧି ଲୋକେ ମରାପିଟା କରିବା ପରେ ସେମାନେ ଆଉ ୨ ଜଣଙ୍କ ନାମ କହିଥିଲେ। ସୂଚନା ଅନୁସାରେ ଲୋକେ ସେମାନଙ୍କୁ  ଧରି ଆଣି ପୂର୍ବରୁ ବନ୍ଧା ହୋଇଥିବା ୨ ଚୋରଙ୍କ ସହ ବାନ୍ଧି ମାଡ ମାରିବା ପରେ ପୋଲିସ ଜିମା ଦେଇଛନ୍ତି।

ଏହି ୪ ଜଣିଆ ଗ୍ୟାଙ୍ଗ୍ ଅଞ୍ଚଳରେ ବାରମ୍ବାର ଚୋରି କରୁଥିଲେ। ସେମାନେ ସୁବିଧା ସୁଯୋଗ ଦେଇ ଲୋକଙ୍କ ଘରେ ପଶି ଟଙ୍କା, ମୋବାଇଲ, ସାଇକେଲ, ସୁନା ଗହଣା ଓ ଗାଡି ଆଦି ଚୋରାଇ ନେଇ ଫୁରର୍ ହୋଇ ଯାଉଥିଲେ। ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ପୋଲିସରେ ଲୋକେ ଅଭିଯୋଗ କରୁଥିଲେ ବି ଚୋରଙ୍କୁ ଧରିବାରେ ପୋଲିସ ବିଫଳ ହେଉଥିଲା।  

   Related Posts