ଫାର୍ମା କମ୍ପାନୀରେ ବିସ୍ଫୋରଣ ଘଟି ୪ ମୃତ; ପୋଡ଼ି ହୋଇଗଲେ ୧୦ ଲୋକ

Published By : Prameya-News7 Bureau | April 03, 2024 IST

TOI

ହାଇଦ୍ରାବାଦ: ତେଲେଙ୍ଗାନାର କ୍ୟାମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସାଂଗାରେଡ୍ଡୀ ଠାରେ ଥିବା କ୍ୟାମେକାଲ୍ ଫ୍ୟାକ୍ଟ୍ରିରେ ରିଆକ୍ଟରରେ ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣ ନିଆଁରେ ଥାର୍ଡ ଡିଗ୍ରୀ ପର୍ଯ୍ୟନ୍ତ ପୋଡି ହୋଇଯାଇଛନ୍ତି। ଘଟଣା ସ୍ଥଳରେ ୫ଟି ଦମକଳ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। 

ବିସ୍ଫୋରଣ ହୋଇଥିବା କମ୍ପାନୀ ହେଉଛି ଏକ ଫାର୍ମା କମ୍ପାନୀ। ବିସ୍ଫୋରଣ ବେଳେ ଲୋକେ କମ୍ପାନୀ ଚାରି ପାଖରେ ରହିଥିଲେ। ମିଳିଥିବା ସୂଚନା ଅନୁସାରେ, ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ହୋଇଛି। ୧୦ ରୁ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.