ଉତ୍ତର କାର୍ଲିଫୋର୍ଣ୍ଣିଆରେ ଗୁଳିମାଡ : ୪ ମୃତ, ଅନେକ ଆହତ

Published By : Prameya-News7 Bureau | November 02, 2019 IST

ଲସ୍ ଆଞ୍ଜେଲସ୍ ୨।୧୧: ହେଲିଭେନ୍ ପାର୍ଟି ଚାଲୁଥିବା ସମୟରେ ଅଚାନକ ଗୁଳିମାଡ ୪ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

{"id":177983,"width":598,"height":307}

ସୁଚାନାଯୋଗ୍ୟ ଯେ, ଆମେରିକାର ଉତ୍ତର କାର୍ଲିଫୋର୍ଣ୍ଣିଓ ଅଞ୍ଚଳରେ ହେଲିଭେନ୍ ପାର୍ଟି ଚାଲୁଥିବା ସମୟରେ ଅଚାନକ ଗୁଳିମାଡ ହୋଇଛି। ଗୁଳିମାଡରେ ୪ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତ ଲୋକଙ୍କୁ ଆମ୍ବଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ କିଏ ଓ କଣ ପାଇଁ ଗୁଳିମାଡ କରିଛି ତାହାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ସେପଟେ କିନ୍ତୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ଖୋଲତାଡ ଆରମ୍ଭ କରିବା ସହ ଅପରାଧୀକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.