ଗୁଳିମାଡରେ ୪ମୃତ, ଅନେକ ଆହତ

Published By : Prameya-News7 Bureau | January 18, 2020 IST

ଲସ୍‌ ଆଞ୍ଜେଲସ୍‌ ୧୮।୦୧: ଆମେରିକାରେ ପୁଣି ଗୁଳିମାଡ । ଲସ୍‌ ଆଞ୍ଜେଲସ୍‌ ଅନ୍ତ୍ରର୍ଗତ ଉଟାହ ପ୍ରାନ୍ତରେ ଗୁଳିମାଡ ହୋଇଛି । ଗୁଳିମାଡରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ବ୍ୟାକ୍ତି ଆହତହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆକ୍ରମଣକାରୀକୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ସଲ୍ଟଲେକ ସିଟିର ଅଞ୍ଚଳରେ ଏହି ଗୁଳିମାଡ ହୋଇଛି । ଗୁଳିମାଡ ହୋଇଥିବା ଅଞ୍ଚଳରେ ପାଖାପାଖି ୧୦ହଜାର ଲୋକ ବସବାସ କରନ୍ତି । ତେବେ ପୋଲିସ ତଦନ୍ତରୁ ଜଣାପଡିଛି ଯେ, ପାଞ୍ଚ ଜଣ ଲୋକଙ୍କ ଲକ୍ଷ୍ୟ କରାଯାଇ ଗୁଳିମାଡ କରାଯାଇଥିଲା । କିନ୍ତୁ ଘଟଣାସ୍ଥଳରେ ହିଁ ଚାରିଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଗୁଳିମାଡ କରିଥିବା ବ୍ୟକ୍ତି ମୃତକଙ୍କ ସମ୍ପର୍କୀୟ ବୋଲି ଆଂଶିଙ୍କ ସୂଚନା ରହିଛି । ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି । ଅଧିକ ତଥ୍ୟ  ଯୋଗାଡ ପାଇଁ ପୋଲିସ ଘଟଣାର ପାଇଁ ଛାନ୍‌ଭିନ୍ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.