Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଧ୍ୟପ୍ରଦେଶର ବିଦିଶାରେ ତୀର୍ଥଯାତ୍ରୀ ବସ୍ ଓଲଟି ୪ଜଣଙ୍କ ମୃତ୍ୟୁ : ୩୫ଜଣରୁ ଅଧିକ ଆହତ

12/06/2019 at 1:22 PM

ବିଦିଶା ୧୨/୬:  ମଧ୍ୟ ପ୍ରଦେଶର ବିଦିଶା-ସାଗର ରୋଡ଼ରେ ଡିବିସି ବ୍ୟାଙ୍କ ପାଖରେ ମଙ୍ଗଳବାର ରାତି ପାଖାପାଖି ୯:୪୫ରେ ଏକ ତୀର୍ଥଯାତ୍ରୀ ବସ୍ ଅନିୟନ୍ତ୍ରିତ ହୋଇ ଓଲଟି ଯାଇଛି। ଏହି ଦୁର୍ଘଟଣାରେ ବସରେ ବସିଥିବା ୪ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ପାଖାପାଖି ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

୨ଜଣ ଆହତଙ୍କୁ ଜିଲ୍ଲା ହସ୍ପିଟାଲ ନେବା ପରେ ମୃତ୍ୟୁ ହୋଇଯାଇଥିଲା ଏବଂ ଅନ୍ୟ ୨ଜଣ ଯାତ୍ରୀ ବସରେ ଫସିରହିବା ସମୟରେ ମୃତ୍ୟୁ ହୋଇଯାଇଥିଲା। ଏଥିରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ମଧ୍ୟ ସୂଚନା ରହିଛି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଅବସ୍ଥାରେ ଅଛନ୍ତି। ଏହି ତୀର୍ଥଯାତ୍ରୀ ବସ୍ ନାସିକରୁ ଚିତ୍ରକୂଟ ଯାଉଥିଲା। ବିଦିଶାରୁ ଅତିକ୍ରମ କରିବା ପରେ ମୁଆଁ ଖେଡ଼ି ପାଖରେ ଦୁର୍ଘଟଣା ହୋଇଥିଲା। ଅନେକ ଯାତ୍ରୀ ଏହି ବସରେ ଫସିଥିଲେ।

ଘଟଣା ପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦୦୦ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

   Related Posts