ସର୍ବୋଚ୍ଚ ନ୍ୟାୟାଳୟରେ ପଶିଲା କରୋନା, ସୁପ୍ରିମକୋର୍ଟର ୪ ବିଚାରପତି କରୋନା ପଜିିଟିଭ୍

Published By : Prameya-News7 Bureau | January 09, 2022 IST

ନୂଆଦିଲ୍ଲୀ ୦୯/୦୧: କରୋନ କବଳରେ ସୁପ୍ରିମକୋର୍ଟ । ଏଠାକାର ୪ ଜଣ ବିଚାରପତି ସଂକ୍ରମିତ ହୋଇଛନ୍ତି । ସେମାନେ ଏବେ ଆଇସୋଲେସନରେ ଅଛନ୍ତି । ପୂର୍ବରୁ ଗତ ଗୁରୁବାର ଦିନ ଦୁଇ ଜଣ ସୁପ୍ରିମକୋର୍ଟ ବିଚାରପତି କରୋନା ସଂକ୍ରମିତ ହୋଇଥିଲେ । ଆଜି ଆଉ ଜଣ ଜଜ୍ ପଜିଟିଭ୍ ବାହାରିଛନ୍ତି । ସୁପ୍ରିମକୋର୍ଟରୁ କରୋନା ସଂକ୍ରମିତ ଚିହ୍ନଟ ପରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ସେମାନଙ୍କ ଭିତରୁ ୧୫୦ ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା କୁହାଯାଉଛି ।

ସେମାନେ କ୍ୱାରେଣ୍ଟାଇନରେ ଥିବା କୁହାଯାଉଛି । ଏନେଇ ସୁପ୍ରିମକୋର୍ଟ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ଗତ ସପ୍ତାହରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମଣା କହିଥିଲେ, ଦେଶରେ ସଂକ୍ରମଣ ବଢୁଛି । ଏଭଳି ସ୍ଥିତିରେ ଆଗାମୀ ୪-୬ ସପ୍ତାହ କୋର୍ଟରୁମରେ ଶୁଣାଣି କରିବା ସମ୍ଭବ ନୁହେଁ । ସଂକ୍ରମଣ ବଢୁଥିବାରୁ ଓ ଆଗକୁ ଅଧିକ କର୍ମଚାରୀ ପଜିଟିଭ୍ ବାହାରିଥଲେ କୋର୍ଟ କାର୍ୟ୍ୟ ଭର୍ଚୁଆଲ ମୋଡରେ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.