ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ : ୩ ମହିଳାଙ୍କ ସମେତ ୪ ଆହତ

Published By : Prameya-News7 Bureau | June 22, 2023 IST

ମୋହନା ୨୨।୬: ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୁର୍ଘଟଣା ଫଳରେ ୪ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ମୋହନା ଥାନା କଣ୍ଟେଇକୋଳି ନିକଟରେ ଘଟିଛି ଦୁର୍ଘଟଣା ।

wp:embed {"url":"https://www.prameyanews7.com/sourin-bhatt-ferrar-from-kolkata-house/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sourin-bhatt-ferrar-from-kolkata-house/
/wp:embed

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ମୋହନା ଥାନା କଣ୍ଟେଇକୋଳି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୁର୍ଘଟଣା ଫଳରେ ଡ୍ରାଇଭରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତମାନକୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣ ମହିଳା ଅଛନ୍ତି । ୩ ଆହତ ମହିଳାମାନେ ଶାନ୍ତିନଗର ଗାଁର ବୋଲି ଜଣାପଡ଼ିଛି ।

ଅଟୋଟି ୮ ଜଣ ଯାତ୍ରୀଙ୍କୁ ନେଇ କର୍ଚବାଡ଼ିରୁ ମୋହନା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଖବର ପାଇ ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

You Can Read :

wp:embed {"url":"https://www.prameyanews7.com/pre-monsoon-rain-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pre-monsoon-rain-in-odisha/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.