ରାଜଧାନୀରେ ସିରିଜ୍ ଦୁର୍ଘଟଣା : ଏକାସଙ୍ଗେ ସ୍କର୍ପିଓ, ସ୍କୁଟି, ଅଟୋ ଏବଂ ବାଇକ୍‌କୁ ଧକ୍କା ଦେଲା ବୋଲେରୋ, ୪ ଆହତ

Published By : Prameya-News7 Bureau | November 03, 2019 IST

ଭୁବନେଶ୍ବର ୩।୧୧: ଭୁବନେଶ୍ବର ଜାଗମରା ନୂଆ ଏୟାରପୋର୍ଟ ରୋଡ୍ ରେ ସିରିଜ୍ ଦୁର୍ଘଟଣା ହୋଇଛି । ଏକ ବୋଲେରୋ ଧକ୍କାରେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":178572}

ସୂଚନାଯୋଗ୍ୟ ଯେ, ଓଆର୦୨ବିଟି୦୦୭୫ ନମ୍ବର ବିଶିଷ୍ଟ ଏକ ବୋଲେରୋ ପ୍ରଥମେ ଏକ ସ୍କର୍ପିଓଙ୍କୁ ଧକ୍କା ଦେଇଥିଲା । ଏହାପରେ ବୋଲୋରୋଟି ଏକ ସ୍କୁଟି, ଅଟୋ ଏବଂ ବାଇକ୍‌କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ୪ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ବୋଲେରୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

{"id":178573}

ବୋଲେରୋରେ ତିନିଜଣ ଯୁବକ ଥିବା ଜଣାପଡିଛି । ସେମାନେ ନିଶାଶକ୍ତ ଅବସ୍ଥାରେ ଥିଲେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିଗୁଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ବୋଲେରୋରେ ଥିବା ତିନି ଜଣ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.