scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଇରନ୍ ବୋଝେଇ ଟ୍ରକ୍‌ରେ ପିଟିହେଲା କାର୍, ୪ ଅଲେଖ ଧର୍ମାବଲମ୍ବୀ ସାଧୁ ଆହତ

9/06/2023 at 1:17 PM

ମାର୍ଶାଘାଇ ୯୬: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ କାର୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଫଳରେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ବେଲାର ନୂଆଗାଁ ଗୋଡାରେ ସଡ଼କ ଦୁର୍ଘଟଣା ହୋଇଛି । ବେଲାର ନୂଆଗାଁ ଗୋଡା ନିକଟରେ ଏକ ଆଇରନ ବୋଝେଇ ଟ୍ରକ୍ ରାସ୍ତାକଡରେ ଅଟକି ରହିଥିବା ବେଳେ ପଛପଟୁ କାର୍‌ଟି ଦ୍ରୁତ ଗତିରେ ଆସି ଟ୍ରକ୍ ପଛରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୪ ଜଣ ଅଲେଖ ଧର୍ମାବଲମ୍ବୀ ସାଧୁ ଗୁରୁତର ହୋଇଛନ୍ତି । କାର୍‌ରେ ୪ ଜଣ ଅଲେଖ ମହିମା ଧର୍ମାବଲମ୍ବୀ ସାଧୁ ପାରାଦ୍ବୀପ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସ୍ଥାନୀୟ ଲୋକମାନେ ସାଧୁମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଏହି ଦୁର୍ଘଟଣାରେ ସାଧୁ ସୁବ୍ରତ ଦାସ ଏବଂ ସାଧୁ ଉଦୟ ଦାସ ଅଧିକ ଗୁରୁତର ଥିବା ଜଣାପଡିଛି । ସାଧୁମାନେ ସକାଳୁ ରାଜନଗର ହାତିନା ଆଶ୍ରମରୁ ପାରାଦୀପ କୌଣସି କାର୍ଯ୍ୟକ୍ରମ ପାଇଁ ଯାଉଥିବା ଜଣାପଡିଛି । ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

You Can Read :

   Related Posts