ଲୁହା ବୋର୍ଡକୁ ଧକ୍କା ଦେଲା କାର୍, ୪ ଗୁରୁତର

Published By : Prameya-News7 Bureau | February 15, 2021 IST

ସାଲେପୁର ୧୫।୨: କଟକ-ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା । ଲୁହା ବୋର୍ଡରେ ଧକ୍କା ହେଲା କାର୍ । ଦୁର୍ଘଟଣା ଫଳରେ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତା ସାଲେପୁର ନାଳିଆମୁହଁ ଛକ ନିକଟରେ ଦୁର୍ଘଟଣା ହୋଇଛି । ନାଲି ରଙ୍ଗର ଏକ କାର୍ ଲୁହା ବୋର୍ଡରେ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି । ଫଳରେ କାର୍ ରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପଠାଇ ଦିଆଯାଇଛି । ପୋଲିସ କାରଟିକୁ ଜବତ କରି ଥାନାକୁ ଆଣିଛି । କାରରୁ କିଛି ମଦ ବୋତଲ ମିଳିଥିବା ସୂଚନା ମିଳିଛି । ଦୁର୍ଘଟଣାର କାରଣ ଜଣାପଡିନଥିବା ବେଳେ ପ୍ରାଥମିକ ସୂଚନାରୁ ଯାହା ଜଣାପଡୁଛି ନିଶାସକ୍ତ ଅବସ୍ଥାରେ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ପୋଲିସର ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡିବ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.