ଟ୍ରକ୍‌କୁ ପିଟିଲା ମିନିଟ୍ରକ୍, ୪ ଗୁରୁତର ମେଡିକାଲ୍‌ରେ ଭର୍ତ୍ତି

Published By : Prameya-News7 Bureau | October 02, 2021 IST

ସୁନ୍ଦରଗଡ ୨।୧୦: ସୁନ୍ଦରଗଡ କତ୍ରାପାଲି ନିକଟରେ ଟ୍ରକ୍‌କୁ ପିଟିଲା ମିନିଟ୍ରକ୍ । ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ କତ୍ରାପାଲି ନିକଟରେ ଟ୍ରକ୍‌କୁ ପିଟିଲା ମିନିଟ୍ରକ୍ । ଦୁର୍ଘଟଣା ଫଳରେ ମିନିଟ୍ରକ୍‌ରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିନିଟ୍ରକ୍‌ଟି ମାର୍ବଲ ନେଇ ସୁନ୍ଦରଗଡ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ଗୁରୁତରଙ୍କୁ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଦୁର୍ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.