ଦୁଇ ବାଇକ୍କୁ ଧକ୍କା ଦେଲା ଟ୍ରକ୍, ୪ ଗୁରୁତର
5/07/2019 at 5:12 PM

ଆନନ୍ଦପୁର ୫|୭: କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥର ବେଲବାହାଳି ନିକଟରେ ଏକ ବାରଚକିଆ ଟ୍ରକ୍ ସିରିଜ୍ ଦୁର୍ଘଟଣା ଘଟାଇ ଫେରାର ହୋଇଛି । କେନ୍ଦୁଝର ଖଣି ଅଞ୍ଚଳରୁ ଲୁହାପଥର ନେଇ ଯାଉଥିବା ଏହି ଟ୍ରକ୍ ବେଲବାହାଳି ନିକଟରେ ପ୍ରଥମେ ଏକ ବାଇକ୍ କୁ ପଛପଟୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସିଯିବା ଉଦ୍ୟମରେ ଆଉଏକ ବାଇକକୁ ପୁଣିଥରେ ଧକ୍କା ଦେଇଥିଲା । ଫଳରେ ୨ ବାଇକର ୪ ଆରୋହୀ ଗୁରୁତର ହୋଇଥିଲେ । ଖବର ପାଇ ଘସିପୁରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରିଥିଲେ । ତେବେ ସେମାନଙ୍କ ମଧ୍ଯରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ୨ ଜଣ ଗୁରୁତର ଘସିପୁରା ଥାନା ଭଣ୍ଡାରିଡିହା ଗାଁ ଓ ଅନ୍ୟ ୨ ଜଣ ବନିକା ଗାଁର ହୋଇଥିବା ଜଣାପଡିଛି ।