ଜି.ଉଦୟଗିରିରେ ପୋଲ ଭୁଶୁଡି ଯିବାରୁ ଗଳିପଡିଲା ସ୍କୁଲ ବସ୍, ୪ଜଣ ଆହତ
Published By : Prameya-News7 Bureau | October 12, 2018 IST
କନ୍ଧମାଳ ୧୨|୧୦: ଜି.ଉଦୟଗିରିରୁ ବେତିକେଲା ଯାଉଥିବା ଗୋଟିଏ ସ୍କୁଲ ବସ୍ ପୋଲ ଉପରେ ଅତିକ୍ରମ କରୁଥିବାବେଳେ ପୋଲଟି ଭୁଶୁଡିପଡିଥିଲା । ବସ୍ ଟିର ଆଗ ଚକା ଗଲା ପରେ ପଛ ଚକ ବଉଶୁଡିଥିବା ପୋଲଭିତରକୁ ଝୁଲି ରହିଥିଲା । ଏହି ବସ୍ ରେ ଥିବା ସ୍କୁଲ ପିଲାମାନଙ୍କୁ ଉଦ୍ଧାର ସ୍ଥାନୀୟଲୋକ କରିଛନ୍ତି । ୪ଜଣ ଛାତ୍ର ଆହତ ହୋଇଛନ୍ତି । ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୀର୍ଘ ସମୟପରେ ବସଟିକୁ ଗାତ ଭିତରୁ ବାହର କରାଯାଇଛି। ଏହି ବସଟି ବାଲିଗୁଡା ସେଂଟ୍ ଜନ୍ସ ସ୍କୁଲର ବୋଲି ଜଣାପଡିଛି । ଭୁଶୁଡିପଡିଥିବା ପୋଲଟି ମାତ୍ର ବର୍ଷେ ତଳେ ତିଆରି ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ନିମ୍ନମାନର କାମ ହୋଇଥିବାରୁ ଲଗାଣ ବର୍ଷାରେ ଭୁଶୁଡି ପଡିଥିଲା ।