Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୀନକୁ ଜବାବ ଦେବା ପାଇଁ ଭାରତୀୟ ବାୟୁସେନାର ପ୍ରସ୍ତୁତି, ଭାରତ ମହାସାଗରରେ ୬ ଘଣ୍ଟା ଧରି ଶକ୍ତି ପ୍ରଦର୍ଶନ କଲା ରାଫେଲ

31/05/2023 at 11:17 PM

ନୂଆଦିଲ୍ଲୀ: ଭାରତ ମହାସାଗରରେ ଚୀନର ବଢୁଥିବା ପତିଆରାକୁ ପ୍ରତିହତ କରିବା ପାଇଁ ଭାରତୀୟ ବାୟୁସେନା ଅଣ୍ଟା ଭିଡ଼ିଛି। ଏହି କ୍ରମରେ ଭାରତୀୟ ବାୟୁସେନାର ୪ ରାଫେଲ ବିମାନ ୬ ଘଣ୍ଟା ପର୍ଯ୍ୟନ୍ତ ଭାରତ ମହାସାଗର ଉପରେ ଅଭ୍ୟାସ୍ କରିଛି। ଏହି ସମୟରେ ରାଫେଲ ନିଜର କ୍ଷମତା ଏବଂ ରଣ କୌଶଳ ପ୍ରଦର୍ଶନ କରିଛି। ଜନୈକ ଅଧିକାରୀ କହିଛନ୍ତି, ଲଢୁଆ ବିମାନ ପୂର୍ବ ସେକ୍ଟରରେ ହାସୀମାରା ବାୟୁ ସେନା ଷ୍ଟେସନରୁ ଉଡ଼ାଣ ଭରିଥିଲା ଏବଂ ନିର୍ଦ୍ଧାରିତ ସମୟରେ ବିଭିନ୍ନ ଯୁଦ୍ଧାଭ୍ୟାସ୍ ପୂରା କରିଥିଲା।

Image

ଭାରତୀୟ ବାୟୁସେନା ଏହି ଅଭିଯାନକୁ ଏମିତି ସମୟରେ କରିଛି ଯେବେ ଚୀନ ଭାରତ ମହାସାଗରରେ ନିଜର ଗତିବିଧି ବଢାଇବାରେ ଲାଗିଛି। ଏହି ଅଭିଯାନକୁ ଭାରତୀୟ ନୌସେନାର ବ୍ୟାକୟାର୍ଡ କୁହାଯାଏ। ଭାରତ ମହାସାଗରରେ ୪ ରାଫେଲ ବିମାନ ନିଜ ମିଶନକୁ କ୍ଷମତା ଏବଂ ସାମର୍ଥ୍ୟ ସହ ନିଜ ରଣ କୌଶଳ ପ୍ରଦର୍ଶନ କରିଛି। ଦୀର୍ଘ ୬ ଘଣ୍ଟା ଧରି ଭାରତ ମହାସାଗର ଉପରେ ରାଫେଲ ଉଡ଼ାଣ ଭରିଛି।

Image

ଭାରତୀୟ ବାୟୁସେନା ଅଭିଯାନ ସମ୍ବନ୍ଧରେ ଟୁଇଟ୍  କରି ଏହାର ସୂଚନା ଦେଇଛି। ବାୟୁସେନା କହିଛି, ୪ ରାଫେଲ ବିମାନ ଦୀର୍ଘ ଦୂରତା ମିଶନରେ ୬ ଘଣ୍ଟା ପାଇଁ ଭାରତ ମହାସାଗର ଅଞ୍ଚଳକୁ ଯାଇଥିଲା। ବିମାନ ଲଢୁଆ ଅସ୍ତ୍ର ଶସ୍ତ୍ର ସହ ଜଳଭାଗରେ ବିପୁଳ ସଂଖ୍ୟାରେ ସେନାଙ୍କ ଉପସ୍ଥିତିରେ ଆଗକୁ ବଢିଥିଲା। ନିଜର ଲକ୍ଷ୍ୟଭେଦ କରିବା ସହିତ ରଣ କୌଶଳ ପ୍ରଦର୍ଶନ କରିଥିଲା। ହେଲେ ବାୟୁସେନା ଅଭିଯାନର ତାରିଖ ବିଷୟରେ କୌଣସି ସୂଚନା ଦେଇ ନାହିଁ।

ଏ ଖବର ପଢନ୍ତୁ- ଉତ୍ତର ସୀମାରେ ଚୀନା ଦେଉଛି ଆହ୍ୱାନ, ସବୁ ଚାଲେଞ୍ଜର ମୁକାବିଲା ପାଇଁ ସେନା ସକ୍ଷମ: ସିଡିଏସ ଅନିଲ ଚୌହାନ

   Related Posts