ବନ୍ୟଜନ୍ତୁ ଶିକାର ଉଦ୍ୟମ ପଣ୍ଡ : ୨ଟି ବନ୍ଧୁକ ସହ ୪ ଶିକାରୀ ଗିରଫ

Published By : Prameya-News7 Bureau | July 23, 2021 IST

ଢେଙ୍କାନାଳ ୨୩।୭: ଢେଙ୍କାନାଳ ଜିଲ୍ଲା କପିଳାଶ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରୀଙ୍କ ରାଜ୍ ଚାଲିଛି । ବାରମ୍ବାର ଚଢ଼ାଉ ଓ ଧର ପଗଡ଼ ସତ୍ତ୍ବେ ଶିକାରୀଙ୍କ ଉପଦ୍ରବ ଥମୁନି । ଫଳରେ କପିଳାଶ ବନାଞ୍ଚଳ ବନ କର୍ମଚାରୀଙ୍କ ପକ୍ଷରୁ ଶୁକ୍ରବାର ଅଚାନକ କପିଳାଶ ଅଭୟାରଣ୍ୟରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ବେଳେ ଶିକାର ଉଦ୍ୟମ କରୁଥିବା ଏକ ଚାରିଜଣିଆ ଶିକାରୀ ଗ୍ୟାଙ୍ଗ ବନକର୍ମଚାରୀଙ୍କ ହାତରେ କାବୁ ହୋଇଛନ୍ତି ।

ସେମାନଙ୍କଠାରୁ ୨ଟି ବନ୍ଧୁକ, ଶହେରୁ ଉର୍ଦ୍ଧ୍ବ ତାର ଓ ଲାଇଟ୍ ଆଦି ଶିକାର ସରଞ୍ଜାମ ଜବତ କରିଛନ୍ତି ବନ କର୍ମଚାରୀ । କାବୁ ହୋଇଥିବା ଶିକାରୀମାନେ ସ୍ଥାନୀୟ ଗଁନ୍ଦିଆ ଥାନା ଅନ୍ତର୍ଗତ ଦେଓଗାଁ ଅଞ୍ଚଳର ଇନ୍ଦ୍ରଜିତ କର, ଅମରେନ୍ଦ୍ର ମହାପାତ୍ର, ମହେନ୍ଦ୍ର ସାହୁ ଓ ପତିତପାବନ ନାଏକ ବୋଲି ଜଣାପଡିଛି । ସେମାନଙ୍କୁ ଗିରଫ କରି ବନ ବିଭାଗ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.