ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୪ ଶିକାରୀ ଗିରଫ, ବନ୍ଧୁକ ଓ ମାଂସ ଜବତ

Published By : Prameya-News7 Bureau | August 06, 2022 IST

ଆଠଗଡ଼ ୬।୮: ନରସିଂହପୁର ନୂଆଗଡ଼ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଅଭିଯୋଗ । ବନ ବିଭାଗ ଦ୍ବାରା ନରସିଂହପୁର ଦେବଭୂମି ଅଞ୍ଚଳର ୪ ଜଣ ଶିକାରୀ ଗିରଫ । ଶିକାରୀଙ୍କ ଠାରୁ ଦେଶୀ ବନ୍ଧୁକ ଏବଂ ମାଂସ ଜବତ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ନରସିଂହପୁର ଥାନା ଦେବଭୂମି ଅଞ୍ଚଳର  କନ୍ଧ ଦେବଭୂମି ଗ୍ରାମର ବାମଦେବ ପ୍ରଧାନ, ଚାଉରୀନାଳୀ ଗ୍ରାମର ସୁବାସ ଗୁରୁ, ନିରଞ୍ଜନ ଆରୁକ ଏବଂ କଣ୍ଢାଳ ଗ୍ରାମର ଶଙ୍କର ପରିଡ଼ା ।

ଅଭିଯୁକ୍ତଙ୍କୁ ନୂଆଗଡ଼ ସଂରକ୍ଷିତ ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗରେ ବନ ବିଭାଗ ଗିରଫ କରିବା ସହ ସେମାନଙ୍କଠାରୁ ଦେଶୀ ବନ୍ଧୁକ ଏବଂ କିଛି ଜଙ୍ଗଲୀ ଜନ୍ତୁଙ୍କ ମାଂସ ମଧ୍ୟ ଜବତ କରିଛି ବନ ବିଭାଗ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.