ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଅଗ୍ନିକାଣ୍ଡରେ ୪ବଖରା ଘର ଭସ୍ମିଭୁତ; ଅଳ୍ପକେ ବର୍ତ୍ତିଲେ ପରିବାର

3/06/2022 at 7:46 PM

ବଲାଙ୍ଗୀର ୦୩/୦୬ : ବାହାଲବୁକା ଗାଁରେ ୪ ବଖରା ଘର ଜଳି ପାଉଁଶ ହୋଇଯାଇଛି । ହଠାତ୍ ନିଆଁ ଲାଗିବାରୁ ୪ଟିଘର  ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ପୁଇଁତଲା ବ୍ଲକ ବୁବେଲ ପଞ୍ଚାୟତର ବାହାଲବୁକା ଗାଁରେ ଏପରି ଅଘଟଣ ଘଟିଛି। ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ ପାଇଁ ଚେଷ୍ଠା କରିଥିଲେ ମଧ୍ୟ ପ୍ରବଳ ଖରା ଯୋଗୁଁ ନିଆଁ  ଆୟତ୍ତ ହୋଇ ନଥିଲା।

ଖବର ପାଇ ବଲାଙ୍ଗୀର ଅଗ୍ନିଶମ କେନ୍ଦ୍ରରୁ ଦୁଇଟି ଦମକଳ ଗାଡ଼ି ଯାଇ ନିଆଁକୁ ଆୟତ୍ତ କରିଥିଲେI ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ନିଆଁଲାଗିବା ମାତ୍ରେ ଘରେ ଥିବା ପରିବାର ଲୋକ ବାହାରକୁ ଚାଲି ଆସିଥିବାରୁ  ସେମାନେ  ଆସନ୍ନ ବିପଦରୁ ରକ୍ଷା ପାଇଥିଲେ।  ଏଥିରେ କୌଣସି ଜୀବନ ହାନି ହୋଇନଥିବା ବେଳେ ଘର ପୋଡ଼ିଯିବା ବ୍ୟାପକ ଧନ ସମ୍ପତ୍ତି ଓ ଆସବାବପତ୍ର କ୍ଷୟକ୍ଷତି ହୋଇଛି ।

   Related Posts