ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ଦେବ ଏହି ସବୁ ଜିନିଷ, ଘରୋଇ ଉପଚାର ମିଳିବ ଆଶ୍ବସ୍ତି

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ ୦୯।୦୭: ପ୍ରତି ମାସରେ ମହିଳାମାନେ ଋତୁସ୍ରାବର ସମ୍ମୁଖିନ ହୁଅନ୍ତି । କେତେକ ମହିଳା ଏହି ସମୟରେ ସାଧାରଣ ଯନ୍ତ୍ରଣା ଅନୁଭବ କରନ୍ତି ତ ଆଉ କିଛି ଅଧିକ ଯନ୍ତ୍ରଣା ଅନୁଭବ କରନ୍ତି । ତେବେ ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ରାମ ହେଉଛି କିଛି ଘରୋଇ ଉପଚାର । ଏହାକୁ ବ୍ୟବହାର କରିବ ଦ୍ବାରା ଯନ୍ତ୍ରଣା କମିଥାଏ। 

ଋତୁସ୍ରାବ ସମୟରେ ଯନ୍ତ୍ରଣା କମାଇବା ପାଇଁ ପାନମଧୁରୀ ରାମବାଣ ସଦୃଶ । ପାନମଧୁରୀ ଋତୁସ୍ରାବ ଯନ୍ତ୍ରଣା ହ୍ରାସ କରିବା ସହ ରକ୍ତ ପ୍ରବାହକୁ ହାଲୁକା କରିବାରେ ସାହାଯ୍ୟ କରିଥାଏ । ଏହାକୁ ପାଣିରେ ଫୁଟାଇ କିମ୍ବା ଚା’ ତିଆରି କରି ପିଇ ପାରିବେ । ଏହା ଖାଇବା ଦ୍ୱାରା ଅନେକ ପେଟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ପେଟ ସମସ୍ୟା ଦୂର କରିବାରେ ଅଦା ବେଶ୍‌ ଉପକାରୀ । ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର ଅଟେ ଅଦା । ଋତୁସ୍ରାବ ଜନିତ ଯନ୍ତ୍ରଣା ହ୍ରାସ କରିବା ପାଇଁ ଅଦା ଲାଭଦାୟକ । ଅଦା ରସକୁ ପାଣିରେ ମିଶେଇ ମଧ୍ୟ ପିଇପାରିବେ।

ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ଗରମ ସେକ କରିବା ଉଚିତ । ଏପରି କରିବା ଦ୍ବାରା ଯନ୍ତ୍ରଣା କମ୍‌ ହୋଇଥାଏ। 

ସଠିକ୍ ଖାଇବା ଅଭ୍ୟାସ ଯୋଗୁଁ ଋତୁସ୍ରାବ ଜନିତ ଯନ୍ତ୍ରଣା ହ୍ରାସ ହୋଇପାରେ। ଖାଦ୍ୟରେ ମ୍ୟାଗ୍ନେସିୟମ୍ ଭରପୂର ରହିବା ଉଚିତ। ମ୍ୟାଗ୍ନେସିୟମ୍ ଋତୁସ୍ରାବଜନିତ ଯନ୍ତ୍ରଣାକୁ ହ୍ରାସ କରିପାରେ।  କାମୋମାଇଲ ଏବଂ ପିପର୍‌ମେଣ୍ଟ୍ ଖାଇବା ମଧ୍ୟ ଯନ୍ତ୍ରଣା ହ୍ରାସ କରିବାରେ ପ୍ରଭାବଶାଳୀ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.