ଡକାୟତି ଯୋଜନା ପଣ୍ଡ : ୪ ହାଇୱେ ଲୁଟେରା ଗିରଫ, ଜଣେ ଫେରାର

Published By : Prameya-News7 Bureau | September 07, 2023 IST

ବଡବିଲ ୭।୯: ଡକାୟତି ଯୋଜନା ବେଳେ ମାଡ଼ି ବସିଲା ପୋଲିସ । ୪ ଜଣ ହାଇୱେ ଲୁଟେରା ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ବଡ଼ବିଲ ଦାମୁ ହଟିଂ ଅଞ୍ଚଳରେ ଏକ ଲୁଟେରା ଗ୍ୟାଙ୍ଗ ହାଇୱେରେ ଯାଉଥିବା ବିଭିନ୍ନ ଟ୍ରକରୁ ଲୁଟ୍ ପାଇଁ ଯୋଜନା କରୁଥିବା ନେଇ ବଡ଼ବିଲ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ପୋଲିସର ଏକ ଟିମ୍ ସେଠାରେ ଅତର୍କିତ ଚଢ଼ାଉ କରି  ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଥିଲା । ତେବେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଅଭିଯୁକ୍ତଙ୍କ ନିକଟରୁ ଏକ ଆର୍ଟିଗା କାର୍, ଦେଶୀ ବନ୍ଧୁକ, ୨ଟି ଦାଉଳୀ, ଲଙ୍କା ପାଉଡର, ୬ଟି ମୋବାଇଲ ଫୋନ୍ ସହ ୪ଟି ବିୟର ବୋତଲ ଜବତ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ଗିରଫ ୪ ଜଣଙ୍କ ମଧ୍ୟରୁ ରାକେଶ ଚୌଧୁରୀ, ସନ୍ଦୀପ ସିଂ, ବିଲଟୁ ସିଂ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଅଞ୍ଚଳର ହୋଇଥିଲା ବେଳେ, ରବି କୁମାର ରାମ, ବଡ଼ବିଲ ସୁନ୍ଦର ବସ୍ତି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି  । ଗୁରୁବାର ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/gold-biscuit-seized-from-bhubaneswar-airport/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gold-biscuit-seized-from-bhubaneswar-airport/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.