AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ : ୨ ରୋଗୀଙ୍କ ସମେତ ୪ ଆହତ

12/02/2020 at 7:49 AM

ଭଦ୍ରକ ୧୨।୨: କୁହୁଡି ଯୋଗୁଁ ଆମ୍ବୁଲାନ୍ସକୁ ପଛରୁ ପିଟିଲା ଆଉ ଏକ ଆମ୍ବୁଲାନ୍ସ । ଦୁର୍ଘଟଣା ଫଳରେ ଦୁଇ ଜଣ ରୋଗୀଙ୍କ ସହ ୪ ଜଣ ଆହତ । ଆହତଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଢିଆ ନିକଟରେ ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଆମ୍ବୁଲାନ୍ସ ଦୁଇଟି କୋଲକାତାର ଦେବଡା ଅଞ୍ଚଳରୁ ଦୁଇ ଜଣ ପରାଲିସିସ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଆସୁଥିଲା । ଡାହାଣୀଗଢିଆ ଛକ ନିକଟରେ ଏକ ଟ୍ରଲର ସାଇଡ ମାରିବାରୁ ଆଗରେ ଯାଉଥିବା ଆମ୍ବୁଲାନ୍ସକୁ ପଛ ଯାଉଥିବା ଅନ୍ୟ ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଫଳରେ ଦୁଇ ଜଣ ରୋଗୀଙ୍କ ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।

   Related Posts