ଗ୍ୟାସ୍ ଲିକ୍ରୁ ଭୋଜି ବେଳେ ଲାଗିଗଲା ନିଆଁ : ପୋଡିଗଲେ ୪ମହିଳା, ୨ଜଣଙ୍କ ଅବସ୍ଥା ଗୁରୁତର
11/02/2020 at 12:21 PM

ରାୟଗଡା ୧୧।୨: ରାୟଗଡାରେ ଭୋଜି ପାଇଁ ରୋଷେଇ ବେଳେ ଅଘଟଣ ଘଟିଛି । ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା । ନିଆଁରେ ପୋଡି ୪ ମହିଳା ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ରାୟଗଡା ସହରର ରାଣିଗୁଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଭୋଜି ପାଇଁ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇଥିଲା । ଯାହା ଫଳରେ ନିଆଁ ଲାଗିଯାଇଥିଲା । ନିଆଁରେ ପୋଡିହୋଇ ୪ ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆହତ ମହିଳାମାନେ ଭୋଜିରେ ରୋଷେଇ କାର୍ଯ୍ୟରେ ସାହାଯ୍ୟ କରିବା ଲାଗି ଆସିଥିଲେ । ସେମାନେ ପରିବା କାଟିବା ବେଳେ ଏଭଳି ଅଘଟଣ ଘଟିଛି । ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023