Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଖରୀରୁ ମାଟି ଆଣିବାକୁ ଯାଇଥିବାବେଳେ ଅଘଟଣ, ପାଣିରେ ବୁଡ଼ି ୪ ଯୁବତୀ ମୃତ

19/09/2023 at 5:16 PM

ନୂଆଦିଲ୍ଲୀ: ପୋଖରୀରୁ ମାଟି ଆଣିବାକୁ ଯାଇଥିବାବେଳେ ଅଘଟଣ। ପାଣିରେ ବୁଡ଼ି ଚାରି ଯୁବତୀଙ୍କ ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ଗିରିଡିହରେ। ପୂଜା ପାଇଁ ପୋଖରୀରୁ ମାଟି ଉଠାଇବାକୁ ଯାଇଥିବା ଚାରି ଯୁବତୀଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।

ପ୍ରକୃତରେ କର୍ମା ପୂଜା ପାଇଁ ପାଞ୍ଚ ଜଣ ଯୁବତୀ ସ୍ଥାନୀୟ ପୋଖରୀରୁ ମାଟି ଆଣିବା ପାଇଁ ଯାଇଥିଲେ। ଆଉ ଏହି ସମୟରେ ଅଘଟଣ ଘଟିଥିଲା। କୁହାଯାଉଛି ମାଟି ଉଠାଇବା ସମୟରେ ପ୍ରଥମେ ଜଣେ ଯୁବତୀ ପୋଖରୀରେ ବୁଡ଼ି ଯାଇଥିଲେ, ଆଉ ତାଙ୍କୁ ବଞ୍ଚାଇବା ପାଇଁ ଜଣକ ପରେ ଜଣେ ଆଉ ଚାରି ଜଣ ପାଣିକୁ ପଶିଥିଲେ। ଆଉ ଦୁର୍ଭାଗ୍ୟବଶତଃ ସମସ୍ତେ ବୁଡ଼ି ଯାଇଥିଲେ।

ଆହୁରି ପଢ଼ନ୍ତୁ: ବିହାର ବାଗମତି ନଦୀରେ ବୋଟ୍ ଟ୍ରାଜେଡି; ବୁଡ଼ି ଗଲା ଡଙ୍ଗା, ୬ ସ୍କୁଲ ପିଲା ନିଖୋଜ

ତେବେ ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ଉଦ୍ଧାର କରିବାକୁ ପହଞ୍ଚିଥିଲେ। ହେଲେ ସମସ୍ତଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ଫଳରେ ଚାରି ଜଣକ ମୃତ୍ୟୁ ହୋଇଯାଇଥିଲା। ମାତ୍ର ଜଣକୁ ଉଦ୍ଧାର କରାଯାଇପାରିଥିଲା। ସମସ୍ତ ଯୁବତୀ ହଣ୍ଡାଡିହର । ଆହତ ଯୁବତୀ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

   Related Posts