ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29/01/2023 at 9:52 AM

କରଞ୍ଜିଆ ୨୯।୦୧ : ଶିମିଳିପାଳରେ ହାତୀ ମୃତଦେହ ମିଳିବା ଘଟଣା । ବନବିଭାଗ ଓ ପୋଲିସକୁ ସଫଳତା । ୪ ଶିକାରୀ ଗିରଫ ସହ ଦୁଇ ହାତୀ ଦାନ୍ତ ଜବତ ହୋଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
ଖବର ଅନୁଯାୟୀ, ଶିମିଳିପାଳ ତାଳବନ୍ଧ ରେଞ୍ଜରେ ଗତ ୨୧ ତାରିଖରେ ଶିକାରୀଙ୍କ ଶିକାର ହୋଇଥିବା ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ତଦନ୍ତ ଚଳାଇଥିଲା ବନ ବିଭାଗ । ମଣନ୍ଦା ରେଞ୍ଜର ବିଭିନ୍ନ ଗାଁରେ ବିଶୋଇ ପୋଲିସ୍ ଓ ବନବିଭାଗର ଟିମ୍ ମିଳିତ ଚଢାଉ କରିଥିଲେ । ଚଢାଉ ବେଳେ ୪ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଶିକାରୀ କାଟି ନେଇଥିବା ୨ଟି ହାତୀ ଦାନ୍ତ ଜବତ ହୋଇଛି।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023