ବାୱରିଆ ଗ୍ରୁପ ୪ ସଦସ୍ୟ ଗିରଫ ମାମଲା, ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡ ଆଣିବ ସ୍ପେଶାଲ ସ୍କାର୍ଡ
27/05/2023 at 3:02 PM

ଭୁବନେଶ୍ୱର ୨୭।୦୫ : ବାୱରିଆ ଗ୍ୟାଙ୍ଗର କଳା କାରନାମା ଖୋଲିବ କମିଶନରେଟ ପୋଲିସ। ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ। ବାୱରିଆ ଗ୍ରୁପ୍ ର ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବା ପାଇଁ ୨ ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ଏହି ୨ ଟିମ୍ ୟୁପି, ଦିଲ୍ଲୀ, ହରିଆନା ଓ ମଧ୍ୟପ୍ରଦେଶରେ ଖୋଳଡାଡ଼ କରିବ।
ଖବର ଅନୁଯାୟୀ, ୟୁପି ଓ ଦିଲ୍ଲୀରେ ଯାଞ୍ଚ କରିବ ସ୍ପେଶାଲ ଟିମ୍। ଗ୍ୟାଙ୍ଗର ଅପରାଧ ଇତିହାସ ଓ ସହଯୋଗୀଙ୍କ ସମ୍ପର୍କରେ ତଥ୍ୟ ନେବ ପୋଲିସ। ୟୁପିରୁ ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଟ୍ କରି ପୁରୀରେ ଅୟସ କରୁଥିଲେ ଏହି ବାୱରିଆ ଗ୍ୟାଙ୍ଗର ଲୁଟେରା। ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ୍ । ସେମାନଙ୍କ ନାଁ ରେ ୨୮ ଟି ମାମଲା ଓଡ଼ିଶାରେ ରହିଛି। ଅଭିଯୁକ୍ତଙ୍କ ଚିହ୍ନଟ ପାଇଁ ଖୁବଶୀଘ୍ର ଜେଲରେ ଟିଆଇ ପରେଡ୍ କରିବ ପୋଲିସ । ୟୁପି ସାମଲି ଜିଲ୍ଲାର ସମସ୍ତ ଅଭିଯୁକ୍ତଙ୍କ ଘର ବୋଲି ଜଣାପଡିଛି।
You Can Read :