ରାଜଧାନୀରୁ ଧରାପଡିଲେ ଇରାନୀ ଗ୍ୟାଙ୍ଗ, ୪ ଗିରଫ
7/01/2023 at 11:14 AM

ଭୁବନେଶ୍ୱର ୦୭।୦୧ : ରାଜଧାନୀରୁ ଧରାପଡିଲେ ଇରାନୀ ଗ୍ୟାଙ୍ଗ । ୪ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ । ସେମାନଙ୍କ ନିକଟରୁ ଅନେକ ସାମଗ୍ରୀ ଜବତ ହୋଇଛି ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ଦୀର୍ଘ ଦିନ ହେଲା ବିଭିନ୍ନ ସ୍ଥାନରେ ଇରାନୀ ଗ୍ୟାଙ୍ଗ ଆତଙ୍କ ଖେଳାଇଥିଲା । ଯାହାକି କମିଶନରେଟ୍ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କରାଣ ପାଲଟିଥିଲା । ଶେଷରେ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ପ୍ଲାନ ପ୍ରସ୍ତୁତ କରିଥିଲେ କମିଶନରେଟ୍ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ।ଏହିକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ ୪ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ୧୭ଟି ସୁନା ଚେନ୍, ୫ଟି ବାଇକ୍ ଓ ମୋବାଇଲ୍ ଜବତ ହୋଇଛି ।
Related Posts
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪୬ ବଖରା ଘର; ବାସହୀନ ୨୨ ପରିବାର
2 February 2023
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023