ଜୋତା ସୋ’ରୁମ୍ରେ ବୋମାମାଡ଼ ଘଟଣା, ୪ ଅଭିଯୁକ୍ତ ଗିରଫ
26/12/2022 at 12:33 PM

ଭୁବନେଶ୍ୱର ୨୬।୧୨ : ସହିଦ ନଗର ଡଲ୍ଫିନ୍ ଜୋତା ସୋ ରୁମ୍ରେ ବୋମା ମାଡ଼ ଘଟଣା । ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନ୍ରେଟ ପୋଲିସ । ଏପିରିକି ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ଦୁଇଟି ବାଇକ ଜବତ ।
ଖବର ଅନୁଯାୟୀ, ଗତ ୯ ତାରିଖରେ ସୋ ରୁମ ଆଗରେ ଖଟିକୁ ନେଇ ଅଭିଯୁକ୍ତ ଓ଼ ସୋ ରୁମ ମାଲିକ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ପରେ ଠେଲାପେଲା ବି ହୋଇଥିଲେ । ହେଲେ କାହା ତରଫରୁ ଥାନାରେ ଏତଲା ଦିଆଯାଇନଥିଲା । କିନ୍ତୁ ପୁରୁଣା ରାଗକୁ ନେଇ ରବିବାର ବିଳମ୍ବିତ ରାତିରେ ଢେଲାମାଡ଼ ପରେ ବୋମାମାଡ଼ ହୋଇଥିଲା । ସୋରୁମ୍ର ଅନେକ ଅଂଶ ପୋଡି ପାଉଁଶ ହୋଇଯାଇଛି ।
ଆଉ ଏବେ ଘଟଣାରେ ତଦନ୍ତ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ଓ ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ଅଭିଯୁକ୍ତମାନେ ଝାରପଡା ଅଞ୍ଚଳର କାହ୍ନା ମଙ୍ଗରାଜ , ବିଶାଳ ଶ୍ରୀଚନ୍ଦନ, ରିୟା ଉଦିନ ଓ ରାହୁଲ ସାହୁ ବୋଲି ଜଣାପଡିଛି ।