ଲୁଟ୍ ପାଇଁ ବ୍ଲୁ-ପ୍ରିଣ୍ଟ କରୁଥିଲେ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
21/12/2022 at 11:19 AM

ଭୁବନେଶ୍ୱର ୨୧।୧୨ : କମିଶନରେଟ୍ ପୋଲିସକୁ ସଫଳତା । ରାଜଧାନୀରୁ ୪ ଡକାୟତଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ମଧ୍ୟ ଜବତ ହୋଇଛି ।
ଖବର ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ କେଶୁରା ନିକଟରେ କିଛି ବ୍ୟକ୍ତି ଡକାୟତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ । ଏହି ସମୟରେ ଗୁଇନ୍ଦା ସୂଚନା ପାଇଁ ଏକାସାଙ୍ଗେ ଚଢାଉ କରିଥିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ସହିଦନଗର ଥାନା ପୋଲିସ । ଘଟଣାସ୍ଥଳରୁ ୪ଜଣ ଡକାୟତିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ମଧ୍ୟ ଜବତ ହୋଇଛି ।
ସେପଟେ ପୋଲିସ ସମସ୍ତେ ୪ଜଣ ଡକାୟତଙ୍କୁ ପଚରାଉଚରା ଜାରି ରଖିଛି । କେଉଁ କେଉଁ ଲୁଟ୍ ଘଟଣାରେ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଥ୍ୟ ଯୋଗାଡରେ ଲାଗିଛି କମିଶନରେଟ୍ ପୋଲିସ ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023