ମଦ ପ୍ରସ୍ତୁତ ୟୁନିଟରେ ଚଢାଉ, ୪ଗିରଫ

Published By : Prameya-News7 Bureau | September 13, 2022 IST

ବ୍ରହ୍ମପୁର ୧୩।୦୯: ବେଆଇନ୍‌ ମଦ ପ୍ରସ୍ତୁତ ୟୁନିଟ ଉପରେ ପୋଲିସର ଚଢାଉ । ୪ଜଣଙ୍କୁ ଗିରଫ କରିବା ସହ ମଦ ପ୍ରସ୍ତୁତ ସାମଗ୍ରୀ ଏବଂ ମଦ ବୋତଲ ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବେତଝରୀ ନିକଟରେ ବେଆଇନ୍‌ ଭାବେ ମଦ ପ୍ରସ୍ତତ ୟୁନିଟ୍‌ ଚଳାଉଥିଲେ ।ଯାହାର ଗୁଇନ୍ଦା ସୂଚନା ପାଇଥିଲା ପୋଲିସ । ଏହିକ୍ରମରେ ସେହି ସ୍ଥାନରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ବିପୁଳ ପରିମାଣର ମଦ ପ୍ରସ୍ତତ ସାମଗ୍ରୀ ସହ ମଦ ଜବତ ହୋଇଛି । ଏହାସହ ଘଟଣାରେ ୪ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.