ସ୍ୱାମୀ ସାମ୍ନାରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ, ଜଣେ ନାବାଳକ ସହ ୪ ଗିରଫ

Published By : Prameya-News7 Bureau | September 21, 2022 IST

ବାଲେଶ୍ବର ୨୧।୦୯ : ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ବାଲେଶ୍ବର ସହର ଗୋଧିବସାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ବାମୀଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କୁ  ଗଣଦୁଷ୍କର୍ମ । ଘଟଣାରେ ଜଣେ ନାବାଳାକଙ୍କ ସମେତ ୪ ଗିରଫ ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିର ଏହି ଘଟଣା ଘଟିଛି। ବାଲେଶ୍ବର ଷ୍ଟେସନରେ ନିଜ ସମ୍ପର୍କୀୟଙ୍କୁ ଛାଡି ଘରକୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ । ଏହି ସମୟରେ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କରି ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ । ପରେ ମଙ୍ଗଳବାର ଦିନ ଏନେଇ ସହଦେବଖୁଣ୍ଡା ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଘଟଣାରେ ଛାନ୍‌ଭିନ୍‌ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଗିରଫ ଚାରି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.