ଡ୍ୟାମକୁ ଭୋଜି କରିବାକୁ ଆସିଥିବାବେଳେ ଅଘଟଣ, ବୁଡ଼ିଗଲେ ୪ ସାଙ୍ଗ
1/10/2023 at 5:03 PM

ଚୌଦ୍ବାର: ଡ୍ୟାମକୁ ଭୋଜି କରିବାକୁ ଆସିଥିବାବେଳେ ଅଘଟଣ। ବୁଡ଼ିଗଲେ ୬ ସାଙ୍ଗ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। କଟକ ଚୌଦ୍ବାରର ଡମଡମଣି ପୀଠ ନିକଟରେ ଥିବା ଡ୍ୟାମରେ।
ସୂଚନା ଅନୁଯାୟୀ, ସିଡିଏ ଅଞ୍ଚଳର ୬ ଜଣ ସାଙ୍ଗ ଡ୍ୟାମକୁ ଭୋଜି କରିବାକୁ ଆସିଥିଲେ। ତେବେ ଗାଧୋଇବା ପାଇଁ ଡ୍ୟାମକୁ ଯାଇଥିଲେ ଚାରି ସାଙ୍ଗ । କିନ୍ତୁ ଗାଧୋଇବା ସମୟରେ ଏହି ୪ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ୩ ଜଣଙ୍କୁ ଉଦ୍ଧାର ହୋଇଥିବାବେଳେ ଏବେବି ଜଣେ ନିଖୋଜ ଅଛନ୍ତି।
ଘଟଣାସ୍ଥଳରେ ଚୌଦ୍ବାର ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି l ନିଖୋଜ ଯୁବକ ହେଉଛନ୍ତି କଟକ ବିଡାନାସୀ ଅଞ୍ଚଳର ଅଂଶୁମାନ ନାୟକ l
ଆହୁରି ପଢ଼ନ୍ତୁ: ହାତୀ ଆକ୍ରମଣରେ ଯୁବକ ଗୁରୁତର, ଘଉଡାଇବାକୁ ଯାଇଥିବା ବେଳେ ଅଘଟଣ