ସମୁଦ୍ରରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା : ୧୮ମତ୍ସ୍ୟଜୀବୀ ଉଦ୍ଧାର, ୪ସାମାନ୍ୟ ଆହତ

Published By : Prameya-News7 Bureau | January 19, 2020 IST

ବ୍ରହ୍ମପୁର ୧୯।୧: କୁହୁଡି ଯୋଗୁଁ ଗୋପାଳପୁର ସମୁଦ୍ରରେ ଅଘଟଣ । ମାଛ ଧରିବାକୁ ଯିବାବେଳେ ଉଚ୍ଚ ଲହଡି ଯୋଗୁଁ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଛି । ଦୁଇଟି ଡଙ୍ଗା ଭାଙ୍ଗିଯିବା ସହ ଡଙ୍ଗାରେ ଥିବା ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଯାଇଥିବା ଜଣାପଡିଛି ।

{"id":213219,"sizeSlug":"large"}

ଦୁଇ ଡଙ୍ଗାରେ ଥିବା ୧୮ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ୪ ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଛନ୍ତି ।

{"id":213220,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଉ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଜାରି ରହିବ ଘନ କୁହୁଡ଼ି । ଏବେ ଦକ୍ଷିଣ-ପୂର୍ବ ଦିଗରୁ ପବନ ବହୁଛି । ସମୁଦ୍ରରୁ ଜଳୀୟବାଷ୍ପ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ହେଉଛି । ଆଗକୁ ୫ଦିନ ଏହିପରି ଘନ କୁହୁଡ଼ି ଜାରି ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

{"id":213217,"sizeSlug":"large"}

ଆଜି ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.