ତେଲକୋଇ ୩୦।୧୧: ମଦ ମାଫିଆଙ୍କ ଭୟରେ ଗାଁ ଛାଡିଲେ ୪ ଗରିବ ପରିବାର । ଗାଁକୁ ଛାଡିଦିଅ, ନେହେଲେ ଶୋଇଥିବା ସମୟରେ ଘରେ ନିଆଁ ଲଗାଇ ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ମାଫିଆ । ଶୀତଦିନ ପିଲାଛୁଆଙ୍କୁ ଧରି ବାର ଦୁଆର ଶୁଣ୍ଡି ପିଣ୍ଡା ହୋଇ ବୁଲୁଛନ୍ତି । କେତେବେଳେ ଗଛମୂଳ ତ କେତେବେଳ ଆଉ କାହା ଘର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି ଏହି ଚାରି ପରିବାର । ଗତ ୩ମାସ ହେଲା ଏପରି ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ବୁଲୁଛନ୍ତି ୪ ପୀଡିତ ପରିବାର । ପୋଲିସ ନିକଟରେ ଅଭିଯୋଗ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ଶୁନ୍ ରହିଛି ବୋଲି ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ପଡ଼ାଙ୍ଗ ଗାଁର ଦେଖିବାକୁ ମିଳିଛି ଏପରି ଘଟଣା ।
{"id":370030,"sizeSlug":"large"}ଖବର ଅନୁଯାୟୀ, ପଡାଙ୍ଗ ଗାଁର ୪ ପରିବାର ଉପରେ ମଦମାଫିଆମାନେ ବାରମ୍ବାର ଆକ୍ରମଣ ଓ ଅତ୍ୟାଚାର କରୁଥିଲେ । ଏପରିକି ସେହି ପୀଡିତ ପରିବାର ମଧ୍ୟରୁ ଜଣେ ମହିଳା ସଦସ୍ୟଙ୍କ ବେକରେ ଭୁଜାଲି ଲଗାଇ ତାଙ୍କ ପୁଅକୁ ମାଡମାରିବା ସହ ସ୍ବାମିଙ୍କୁ ଜଙ୍ଗଲକୁ ନେଇ ମାରି ଦେବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ପରିବାର ପକ୍ଷରୁ ଗତ ସେପ୍ଟେମ୍ବର ୫ତାରିଖରେ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ବି ପୋଲିସ ପରିବାରକୁ ଉଚିତ୍ ନ୍ୟାୟ ମିଳିପାରିନଥିଲା । ଥାନାରେ କାହିଁକି ଅଭିଯୋଗ କରାଗଲା ବୋଲି ମାଫିଆ ମାନେ ଗୁଣ୍ଡା ଲଗାଇ ଘରର ଆସବାବପତ୍ର ସହ ସାଇକେଲ ଓ ୧୦ ଛେଳି ଜୋର ଜବରଦସ୍ତ ନେଇ ଯାଇଥିଲେ ।
{"id":370033,"sizeSlug":"large"}ଏହିସହିତ ଘରର ଜଣେ ଗର୍ଭବତୀ ମହିଳାଙ୍କ ପେଟକୁ ଗୋଇଠା ମଧ୍ୟ ମାରିଥିଲେ । ଗାଁରୁ ପଳାଇଯାଅ ନହେଲେ ଶୋଇଥିବା ସମୟରେ ଘରେ ନିଆଁ ଲଗାଇ ସମସ୍ତଙ୍କୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ । ଏହାପରେ ୪ ଗରୀବ ଦିନ ମଜୁରିଆ ପରିବାରର ସମସ୍ତ ସଦସ୍ୟ ରାତାରାତି ଜୀବନ ଭୟରେ ଘରଛାଡି ପଳେଇ ଯାଇଥିଲେ । ଶୀତ ଦିନରେ ପିଲାଛୁଆଙ୍କୁ ଧରି ବାର ଦୁଆର ଶୁଣ୍ଢି ପିଣ୍ଡା ହୋଇ ବୁଲୁଛନ୍ତି । କେତେବେଳେ ଗଛମୂଳରେ ତ ଆଉ କେତେବେଳେ କାହା ଘର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି ପିଡିତ ପରିବାର । ନିର୍ଯ୍ୟାତନା ର ଶିକାର ହୋଇ ଘରଛାଡି ତିନି ମାସ ହେବ ଗାଁ କୁ ଗାଁ ବୁଲୁଛନ୍ତି ୪ ପିଡିତ ପରିବାର । ଏନେଇ କେନ୍ଦୁଝର ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୈଣସି ସୁଫଳ ମିଳିପାରି ନଥିବା ପ୍ରକାଶ କରିଛନ୍ତି ପରିବାର ଲୋକେ ।