ହାଇଓ୍ବା ଧକ୍କାରେ ଭାଙ୍ଗିଗଲା ୪ଟି ବିଦ୍ୟୁତ ଖୁଣ୍ଟି, ବିପଦରେ ଗ୍ରାମବାସୀ

Published By : Prameya-News7 Bureau | August 03, 2022 IST

ନିମାପଡା ୩: ମୋରମ ଖଣିକୁ ଯାଉଥିବା ହାଇୱା ଧକ୍କାରେ ୪ଟି ବିଦ୍ୟୁତ ପୋଲ ଭାଙ୍ଗି ପଡିଛି । ଏହା ଗାଁ ପ୍ରତି ବିପଦ ଡାକି ଆଣିଛି । ଏଭଳି ଅଘଟଣ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ରେଙ୍ଗଲ ପଞ୍ଚାୟତର ଝାରପଡ଼ା ଗ୍ରାମରେ ଘଟିଛି ।

{"id":665324,"width":839,"height":461,"sizeSlug":"full","linkDestination":"none"}

ସୂଚନଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ବେଆଇନ ଖଣିରୁ ମୋରମ ଆଣିବାକୁ ଯାଉଥିବା ଟ୍ରକଟି ଏଭଳି ଦୁର୍ଘଟଣା ଘଟାଇଛି । ଟ୍ରକ୍ ଚାଳକ ଅତି ବେପରୁଆ ଭାବେ ଗାଡ଼ି ଚଳାଇ ଏଭଳି କାଣ୍ଡ ଭିଆଇଛନ୍ତି । ଘରର ଫାଟକ, ପାଣି କଳ ଏବଂ ରାସ୍ତା ମଝିରେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିରହିଛି ବିଦ୍ୟୁତ ପୋଲ । ତାର ମଧ୍ୟ ସେମିତି ଗାଡ଼ିରେ ଗୁଡ଼େଇ ହୋଇ ରହିଛି । ଯଦି କେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥାନ୍ତେ ତେବେ ନିଶ୍ଚିତ ସେ ପ୍ରାଣ ହରାଇଥାନ୍ତେ । ତେବେ ବେଆଇନ ଖଣିରୁ ଗ୍ରାମ୍ୟ ରାସ୍ତା ଦେଇ ମୋରମ ଚାଲାଣ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଯୁବକ ଏହାକୁ ବିରୋଧ କରି ଗାଁ ରାସ୍ତାରେ ବଡ଼ ଗାଡ଼ି ଯାତାୟତ ନକରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.