LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସୋଆରେ ଚାରି ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ଉଦ୍‌ଯାପିତ; କ୍ରିକେଟ ଓ ଟେନିସ୍‌ରେ ସୋଆ ପିନ୍ଧିଲା ବିଜୟ ମୁକୁଟ

22/03/2023 at 7:27 PM

ଭୁବନେଶ୍ୱର୨୨/୦୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଚାଲିଥିବା ୪ ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଏଥିରେ କ୍ରିକେଟ ଏବଂ ଟେନିସ୍‌ରେ ସୋଆ ବିଶ୍ୱବିଦ୍ୟାଳୟ ବିଜୟୀ ହୋଇଛି। ସେହିପରି ଭଲିବଲ୍ ଏବଂ ବାସ୍କେଟବଲ୍‌ରେ ସୋଆ ରନର୍ସଅପ୍‌ ଟାଇଟଲ୍ ହାସଲ କରିଛି। କ୍ରିକେଟ ଫାଇନାଲ୍‌ରେ ସୋଆ ସହିତ ସି.ଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଖେଳ ହୋଇଥିବା ବେଳେ ଏହା ଏକ ଉତ୍କଣ୍ଠାମୂଳକ ସ୍ଥିତିରେ ଟାଏ ହୋଇଯାଇଥିଲା। ପ୍ରଥମେ ବ୍ୟାଟିଂ କରି ସୋଆ ୧୨ ଓଭରରେ ୮ଟି ୱିକେଟ୍ ହରାଇ ୯୧ ରନ୍ ହାସଲ କରିଥିବା ବେଳେ ସି.ଭି ରମଣ ୫ ୱିକେଟ୍‌ରେ ୯୧ ରନ୍ ହାସଲ କରିଥିଲା। ତେବେ ଟାଏ ବ୍ରେକର୍‌ରେ ସୋଆ ବିଜୟୀ  ହୋଇଥିଲା।

ଟେନିସ୍‌ରେ ସି. ଭି ରମଣକୁ ହରାଇ ସୋଆର ଖେଳାଳୀମାନେ ବିଜୟ ହାସଲ କରିଥିଲେ। ଅମିତୋଜ ସିଂହ ଏବଂ ଜୟଦୀଶ ୨ଟି ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ମହିଳା ସିଙ୍ଗଲ୍‌ସରେ ନିଲାଞ୍ଜନା ଶାହା ବିଜୟୀ ହୋଇଥିଲେ। ଅମିତୋଜ ସେଞ୍ଚୁରିଆନ୍ ୟୁନିଭର୍ସିଟର ମହମ୍ମଦ ଅସିଫ ରାଜାଙ୍କୁ ୮-୦ରେ ହରାଇଥିବା ବେଳେ ଜୟଦୀଶ ୮-୪ରେ ପ୍ରୀତମଙ୍କୁ ହରାଇଥିଲେ। ସେହିପରି ଶାହା ୮-୧ରେ ସାଲୋନୀ କୁମାରୀଙ୍କୁ ହରାଇଥିବା ବେଳେ ଅମିତୋଜ ଏବଂ ଜୟଦୀଶ ଡବଲ୍‌ସ ଏନକାଣ୍ଟରରେ ରାହୁଲ କୁମାର ଓ ଉପୁନିତ ଚୌଧୁରୀଙ୍କୁ ୮-୦ରେ ବିଜୟୀ ହୋଇଥିଲେ।

ବାସ୍କେଟବଲ୍ ପୁରୁଷ ଫାଇନାଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆୟୋଜକ ସୋଆକୁ ୫୪-୪୦ରେ ହରାଇ ବିଜୟୀ ହୋଇଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସୋଆକୁ ୩୧-୨୫ରେ ହରାଇ ମହିଳା ବର୍ଗରେ ବିଜୟୀ ହୋଇଥିଲା।  ସେହିପରି ଭଲିବଲ୍ ପୁରୁଷ ଫାଇନାଲ୍‌ରେ ସି.ଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସୋଆକୁ ୨୫-୧୭, ୨୬-୨୪ରେ ହରାଇ ବିଜୟ ଲାଭ କରିଥିଲା।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ସିଓଡିଏମ୍ ଏବଂ ଭାଲୋରାଣ୍ଟ ଭଳି ଇ-ସ୍ପୋର୍ଟ୍ସ ଖେଳରେ ବିଜୟୀ ହୋଇଛି। ଏସ୍‌ବିଏମ୍ ବିଶ୍ୱବିଦ୍ୟାଳୟ ସିଓଡିଏମ୍ ଖେଳରେ ରନର୍ସଅପ୍‌ ହୋଇଥିବା ବେଳେ ସିଲିକନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭାଲୋରାଣ୍ଟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି।ସୋଆ ସହିତ ୧୬ଟି ବିଶ୍ୱବିଦ୍ୟାଳୟ ଏହି ସ୍ପୋର୍ଟ୍ସ ଫେଷ୍ଟରେ ଭାଗ ନେଇଥିଲେ। ଏହି କ୍ରୀଡ଼ା ଉତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅତିଥିମାନେ ବିଜେତା ଖେଳାଳୀଙ୍କୁ ପୁରସ୍କାର ରାଶି, ସାର୍ଟିଫିକେଟ ଏବଂ ଟ୍ରଫି ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଏସ୍‌ପିଏସ୍ ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ କ୍ରୀଡ଼ା ଅଧିକାରୀ ସୁନିତା ବର୍ମା ଓ ବିଭିନ୍ନ ଅନୁଷ୍ଠାନର ସ୍ପୋର୍ଟ୍ସ ଇନ୍‌ଚାର୍ଜ ପ୍ରମୁଖ ଏଥିରେ  ଯୋଗ ଦେଇଥିଲେ।

   Related Posts