୪ କୁଖ୍ୟାତ ଡକାୟତଙ୍କୁ କାବୁ କଲା ସ୍ପେଶାଲ ସ୍କ୍ୱାର୍ଡ, ରହିଛି ଅନେକ ସଙ୍ଗୀନ ମାମଲା

Published By : Prameya-News7 Bureau | August 29, 2020 IST

ଭୁବନେଶ୍ୱର ୨୯।୦୮: ରାଜଧାନୀରୁ ଧରାପଡିଲେ ୪ କୁଖ୍ୟାତ ଡକାୟତ । ସେମାନଙ୍କ ନିକଟରୁ ନଗଦ ଟଙ୍କା , ପିସ୍ତଲ ଓ ସହ ବାଇକ ଜବତ କରିଛି ପୋଲିସ । ପୂର୍ବରୁ ସମସ୍ତ ଅପରାଧୀଙ୍କ ନାଁରେ ବହୁ ସଙ୍ଗୀନ ମାମଲା ରହିଛି ।

ସୂଚନାଯୋଗ୍ୟ ଯେ, ଅପରାଧୀ ପାଟୁକୁ ୨୦୧୯ରେ ଏନ୍‌କାଉଣ୍ଟର ଜରିଆରେ କାବୁ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ପରେ ସେ ଜାମିନରେ ଆସି ପାଟୁ ନିଜର ଗ୍ୟାଙ୍ଗ୍‌ ଗଢିଥିଲା । ପର୍ଯ୍ୟାୟକ୍ରମେ ବିଭିନ୍ନ ଅପରାଧୀକ ଘଟଣାରେ ସାମିଲ ଥିଲା । ଏପରିକି କିଛି ଦିନ ତଳେ ବରମୁଣ୍ଡାରେ ଜଣେ ମହିଳାଙ୍କୁ ବନ୍ଧୁକ ମୁନରେ ୯୪ହଜାର ଲୁଟ୍ ମାମଲାରେ ସଂପୃକ୍ତି ଥିଲେ । ଲୁଟେରା ଗ୍ୟାଙ୍କର ମୁଖ୍ୟ ପାଟୁ ଖାଁ ସହିତ ତାର ତିନି ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସର ସ୍ପୋଶାଲ ସ୍କ୍ୱାର୍ଡ । ଏପରିକି ବାଲିଅନ୍ତା ଓ ଧଉଳୀରେ ବିଭିନ୍ନ ଲୁଟ୍‌ ମାମଲାରେ ମଧ୍ୟ ସଂପୃକ୍ତି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.