ଡକାୟତି ଉଦ୍ୟମ ଯୋଜନା ପଣ୍ଡ, ୪ ଡକାୟତ ଗିରଫ

Published By : Prameya-News7 Bureau | February 10, 2020 IST

ସୋର ୧୦।୨: ସୋର ମହୋତ୍ସବ ପଡିଆରୁ ଗିରଫ ହେଲେ ୪ ଡକାୟତ । ଗତକାଲି ବିଳମ୍ବିର ରାତିରେ ସୋର ପୋଲିସ ସେମାନଙ୍କୁ ଗିରଫ କରିଛି । ଡକାୟତମାନେ ଡକାୟତି ପାଇଁ ଯୋଜନା କରୁଥିବାବେଳେ ଗିରଫ କରିଛି ପୋଲିସ ।

ଡକାୟତି ଯୋଜନା ହେଲା ପଣ୍ଡ। ୪ ଡକାୟତଙ୍କୁ ଗିରଫ କଲା ପୋଲିସ । ପୂର୍ବରୁ ୫ଟି ମାମଲାରେ ଏମାନଙ୍କର ସଂପୃକ୍ତି ରହିଛି । ଗିରଫ ଡକାୟତଙ୍କଠାରୁ ବନ୍ଧୁକ, ଭୁଜାଲି, ୫ଟି ମୋବାଇଲ ଜବତ କରିଛି ପୋଲିସ । ଡକାୟତମାନେ ନୀଳଗିରି, ସିମୁଳିଆ ଓ ସୋର ଥାନାର ବିଭିନ୍ନ ସ୍ଥାନରେ ୫ଟି ଡକାୟତିରେ ସଂପୃକ୍ତ ଥିଲେ ।

ଗିରଫ ଡକାୟତମାନେ ହେଲେ ସାପ ଓରଫ ସରୋଜ କୁମାର ମଲ୍ଲିକ, ସୁଶାନ୍ତ ମଲ୍ଲିକ, ସୁଟର ରାଜେଶ ପାଢୀ ଏବଂ ରାଜେଶ ଦାସ ।  ଅନ୍ନପୂର୍ଣ୍ଣା ଫାଇନାନ୍ସ କର୍ମଚାରୀ, ଛଚିନ୍ଦା, ଭାରତ ଫାଇନାନ୍ସ କର୍ମଚାରୀଙ୍କୁ ଛଅପୋଲିଆଠାରେ ବନ୍ଧୁକ ଓ ଭୁଜାଲି ଦେଖାଇ ଡକାୟତି ଅଭିଯୋଗରେ ଗିରଫ ହୋଇଛନ୍ତି । ଗତ ନଭେମ୍ବର ମାସ ୨୭ତାରିଖ ଦାଣ୍ଡହରିପୁରରେ ଛିନତାଇ ବେଳେ ଗୁଳିକାଣ୍ଡ ଘଟଣାରେ ମଧ୍ୟ ସେମାନଙ୍କର ସଂପୃକ୍ତି ରହିଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.