ଡକାୟତି ଯୋଜନା ପଣ୍ଡ ; ୪ ଡକାୟତ ଗିରଫ, ଜଣେ ଫେରାର

Published By : Prameya-News7 Bureau | March 11, 2019 IST

ବ୍ରହ୍ମପୁର ୧୧|୩ : ଡକାୟତି ଯୋଜନା ପଣ୍ଡ । ୪ଜଣ ଡକାୟତକୁ ଗିରଫ କଲା ସଦର ଥାନା ପୋଲିସ । ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୋଲିସ ଚଢାଉ କରିଥିଲା । ବାଲିପଡା ପେଟ୍ରୋଲ୍ ପମ୍ପ୍ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଚଢାଉ କରିଥିଲା ପୋଲିସ । ଚଢାଉ କରି ୪ ଜଣଙ୍କୁ ଗିରଫ କରିଥିବାବେଳେ ଜଣେ ଡକାୟତ ଫେରାର ହୋଇଯାଇଛି ।

{"id":92558}

ଗିରଫ ଡକାୟତମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ଖଣ୍ଡା, ଦୁଇଟି ଛୁରୀ, ତିନୋଟି ମୋବାଇଲ୍ ଫୋନ୍, ଗୋଟିଏ ମୋଟରସାଇକେଲ,  ଗୋଟିଏ ଲୁହା ରଡ୍ ଜବତ କରାଯାଇଛି । ଏନେଇ ସଦର ଏସଡିପିଓ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.