ସିମେଣ୍ଟ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ ଧକ୍କା ଦେଲା ହାଇୱା : ୪ ଗୁରୁତର

Published By : Prameya-News7 Bureau | November 10, 2019 IST

ଭଣ୍ଡାରିପୋଖରୀ ୧୦।୧୧: ସିମେଣ୍ଟ ବୋଝେଇ ପିକଅପକୁ ଧକ୍କା ଦେଲା ହାଇୱା ।  ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ନିକଟରେ ଘଟିଛି ଦୁର୍ଘଟଣା । ପିକଅପ ଭ୍ୟାନଟି ଭଣ୍ଡାରିପୋଖରୀ ଥାନା କାହ୍ନରାପୋଖରୀ ସ୍ଥିତ ସିମେଣ୍ଟ ଗୋଦାମରୁ ସିମେଣ୍ଟ ନେଇ ବିଷ୍ଣୁପୁର ଅଭିମୁଖେ ଆସୁଥିଲା । ଦମକଳ କେନ୍ଦ୍ର ନିକଟରେ ଏକ ହାଇୱା  ପଛପଟୁ ଧକ୍କା ଦେଇଥିଲା ଫଳରେ ପିକଅପ ଭ୍ୟାନଟି ରାଜପଥ କଡକୁ ଓଲଟି ପଡିଥିଲା ।

{"id":181942}

ପିକଅପରେ ଥିବା ଡ୍ରାଇଭର ଓ ତିନି ଜଣ ହେଲପର ଗୁରୁତର ହୋଇଛନ୍ତି । ଭଣ୍ଡାରିପୋଖରୀ ଦମକଳବାହିନୀ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି । ଧକ୍କା ଦେଇଥିବା ହାଇୱାଟି ଫେରାର ହୋଇଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.