ପୁଣି ବନ୍ଧାହେଲା ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ, ବନ୍ଧୁକ ଓ ଗୁଳି ଜବତ
23/08/2022 at 4:07 PM

ଝାରସୁଗୁଡା ୨୩।୮: ପୁଣି ଥରେ ଗିରଫ ହେଲା ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ । ଡକାୟତି ତଥା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ଯୋଜନା କରୁଥିବା ବେଳେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ରାମପୁର ଅଂଚଳରୁ ୪ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି ବ୍ରଜରାଜନଗର ପୋଲିସ l ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୪ଟି ଜୀବନ୍ତ ଗୁଳି ଜବତ କରିଛି ପୋଲିସ l ଗିରଫ ଅଭିଯୁକ୍ତମାନେ ସୋନୁ ଘୋଷ, ସନ୍ତୋଷ ବିଶ୍ୱାଳ, ଚିରଞ୍ଜିତ ସିଂ, ଧନଞ୍ଜୟ କିସାନ ବୋଲି ପୋଲିସ ସୂଚନା ଦେଇଛି l ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି l ସୋନୁ ଘୋଷ ପୂର୍ବରୁ ହତ୍ୟା ଓ ୩୦ରୁ ଅଧିକ ଅପରାଧିକ ମାମଲାରେ ଜଡିତ ରହି ଗିରଫ ହୋଇଥିବା ପୋଲିସ ପ୍ରକାଶ କରିଛି l ଅଳ୍ପ ଦିନ ତଳେ ସୋନୁ ଜାମିନରେ ଆସିଥିଲା l