ବିଜେପି ଛାଡି ବିଜେଡିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ କର୍ପୋରେଟର

Published By : Prameya-News7 Bureau | February 26, 2024 IST

ଭୁବନେଶ୍ବର ୨୬।୨: ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର । ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନଂ ୨୦ର ରଞ୍ଜିତା ବେହେରା, ୱାର୍ଡ ନଂ ୨୧ର ଡ଼ି କରୁଣା କର, ୱାର୍ଡ ନଂ ୨୨ର ପ୍ରଦୀପ ଶତପଥୀ, ୱାର୍ଡ ନଂ ୨୭ର ନୀଳକଣ୍ଠ ସାହୁ ବିଜେପି ଛାଡି ବିଜେଡ଼ିରେ ସାମିଲ ହୋଇଛନ୍ତି ।

ବିଜେଡିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି ଦୁଃଖର ବିଷୟ ଯେଉଁ ଦଳ ପାଇଁ ଏତେ କାମ କରିଥିଲୁ, ସଂଗଠନ ପାଇଁ ଲଢେଇ କରିଥିଲୁ, ନୂଆ ସଭାପତି ହେବା ପରେ ସେ ଦଳରେ ଆମକୁ ପଚାରୁ ନଥିଲେକି ଦଳର କୌଣସି ବୈଠକକୁ ଡାକୁ ନଥିଲେ । ଯେଉଁ ଦଳ ପାଇଁ ବହୁ କଷ୍ଟ କରିଥିଲୁ ସେହି ଦଳ ଅଣଦେଖା କଲା । ଚାକିରି ନାଁରେ ଠକେଇ କରିଥିବା ଲୋକଙ୍କୁ ଆପଣାଇଛି ବିଜେପି । ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ଦଳରେ ସାମିଲ କରିଛି । ଏହାକୁ ବିରୋଧ କରି ଆମେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛୁ ।

ମୁଖ୍ୟମନ୍ତ୍ରୀ ଏବଂ ସଂଗଠନ ସମ୍ପାଦକଙ୍କ ପକ୍ଷରୁ ଏହି କର୍ପୋରେଟରମାନଙ୍କୁ ଦଳକୁ ରାଜ୍ୟସଭା ସାଂସଦ ତଥା  ବ୍ରହ୍ମପୁର ଲୋକସଭା ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହୋଇଥିବା ସେ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/12-hour-bandh-called-in-manamunda-under-boudh-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/12-hour-bandh-called-in-manamunda-under-boudh-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.